Pratidin TV

Odisha's Digital News Platform

ନବୀନ ନିବାସରେ ସୁର ରାଉତରାୟ ଓ ସାନ ପୁଅ ମନ୍ମଥ ରାଉତରାୟ..

ନବୀନ ନିବାସରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଏବଂ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ । ତେବେ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ମନ୍ମଥଙ୍କୁ ଦେଖିବାକୁ ମିଳିନଥିଲା । ଅନେକ ଆଶା ଆଶଙ୍କା ସମସ୍ତଙ୍କ ମନ ରେ ଗୋଟିଏ ପ୍ରଶ୍ନ ଥିଲା ତାହା ହେଉଛି ମନ୍ମଥଙ୍କ ଗତି କୁଆଡେ । ମନ୍ମଥ ଯେବେ ବିଜେଡି ସାମିଲ ହୋଇଥିଲେ ସେତେବେଳେ ସେ କହିଥିଲେ ତାଙ୍କ ବାପା ଯେମିତି କଂଗ୍ରେସ ମ୍ୟାନ ଠିକ ସେମିତ ସେ ମଧ୍ୟ ବିଜେଡି ମ୍ୟାନ ହୋଇ ସବୁବେଳେ ରହିବେ ।

ତେବେ ଏହା ଭିତରେ ନବୀନ ନିବାସ ରେ ଦେଖିବା ପାଇଁ ମିଳିଛନ୍ତି ସୁର ଏବଂ ମନ୍ମଥ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁ ଫଟୋରେ ଦେଖିବାକୁ ମିଳିଛି ଚେୟାର ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଏବଂ ଗୋଟିଏ ପାଖରେ ଠିଆ ହୋଇଛନ୍ତି ସୁର । ଏବଂ ଅନ୍ୟ ପାଖରେ ମନ୍ମଥ ଠିଆ ହୋଇଛନ୍ତି । ତେବେ ଚଳିତ ନିର୍ବାଚନରେ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ କରିଥିଲା ବିଜେଡି ଏବଂ ତାଙ୍କ ପାଇଁ ହାଇଭୋଲଟେଜ ପ୍ରଚାର ମଧ୍ୟ କରିଥିଲେ । ମନ୍ମଥ ଙ୍କ ନିର୍ଵାଚନ ପରାଜୟ ପରେ ଚର୍ଚ୍ଚା ହେଉଥିଲା ସେ କୁଆଡେ ବିଜେଡି ଛାଡି ବିଜେଡିରେ ସାମିଲ ହେବ । ଏହି ଗୁଜବ ପରେ ଏବେ ସଭିଙ୍କର ଅପେକ୍ଷା । କଣ ରହିବ ମନ୍ମଥଙ୍କ ଆଗାମୀ ପଦକ୍ଷେପ ।

Leave a Reply

Your email address will not be published. Required fields are marked *