ରାଜ୍ୟପାଳଙ୍କ ପୁଅ ASO ଙ୍କୁ ମାଡ ମାରିବା ଘଟଣା , ମୁହଁ ଖୋଲି ମୁଖ୍ୟମନ୍ତ୍ରୀଙ୍କ ଉପରେ ଗର୍ଜିଲେ ସୁର ।
1 min readଆଇନ ସମସ୍ତଙ୍କ ପାଇଁ ସମାନ ସେ ରାଜ୍ୟପାଳଙ୍କ ପୁଅ ହେଉ କି ମୁଖ୍ୟମନ୍ତ୍ରୀ କିମ୍ବା ମୋ ପୁଅ ହେଉ ଏମିତି ଗର୍ଜନ କରି ସରକାରଙ୍କ ଉପରେ ଭଡକିଛନ୍ତି ସୁର । ଆଉ ଚିତ୍କାର କରି କହିଛନ୍ତି ଏ କି ନ୍ୟାୟ ଯିଏ ମାଡ ଖାଇବ ସିଏ ବଦଳି ହେବ । ଆସୁ ଆସୁ ଝୁଣ୍ଟିଳନି ରାଜ୍ୟକୁ କିପରି ସମ୍ଭାଳିବ ?
ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠନାଥ ପ୍ରଧାନ ଙ୍କ ବଦଳିକରାଯିବା ପରେ ମୁହଁ ଖୋଲିଛନ୍ତି ସୁର ରାଉତରାୟ । ବୈକୁଣ୍ଠନାଥ ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ବିରୁଦ୍ଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଥିଲେ । ଏପରିକି ପୁରୀ ସମୁଦ୍ରକୂଳ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଏତଲା ରୁଜୁ ହୋଇଥିଲା । ପରେ ସଚିବାଳୟ ସେବା ସଂଘର ସହଯୋଗରେ ଏହି ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କୁ ସପତ୍ନୀକ ଭେଟି ନିଜର ଅଭିଯୋଗ ଜଣାଇଥିଲେ ।
ସରକାର ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟପାଳ ଶ୍ରୀ ଦାସ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ବୈକୁଣ୍ଠନାଥ ଓ ତାଙ୍କ ପତ୍ନୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ୭ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବୈକୁଣ୍ଠନାଥଙ୍କ ବଦଳି ପରେ ରାଜ୍ୟ ରାଜନୀତି ଜୋର ଧରିଛି ।