Pratidin TV

Odisha's Digital News Platform

ଚାକିରୀରୁ ଇସ୍ତାଫା ଦେଲେ ସୁର ରାଉତରାଏଙ୍କ ସାନ ପୁଅ , ଏଥର ବାପାଙ୍କ ଜାଗାରେ ଲଢିବେ ପୁଅ ….

ଭୁବନେଶ୍ୱର : ଚାକିରୀରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ତେବେ ଏୟାର ଇଣ୍ଡିଆ କ୍ୟାପଟେନ୍ ପଦରୁ ଇସ୍ତାଫା ଦେଇଛନ୍ତି ମନ୍ମଥ । ଚାକିରୀ ଛାଡିଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି ।

ତେବେ ଗଣମାଧ୍ୟମକୁ ଏହି ଖବର ଦେବା ସମୟରେ ସେ ଭାବପ୍ରବଣ ହୋଇପଡିଥିଲେ । ଆଖିରେ ତାଙ୍କର ଛଳ ଛଳ ଲୁହ , କାରଣ ଜଣେ କ୍ୟାପଟେନ୍ କେବେ ନିଜ କର୍ତ୍ତବ୍ୟକୁ ଅଧାରୁ ଛାଡେନାହିଁ । ସେ କହିଛନ୍ତି ଯେ ଏୟାର ଇଣ୍ଡିଆରେ ଆମ ଓଡିଆ କ୍ୟାପଟେନ୍ ବହୁତ କମ୍ । ମୁଁ ଚାହୁଁଥିଲି ଆମ ଓଡିଆ ଲୋକଙ୍କୁ ବୋହୁତ କିଛି ଶିଖାଇବାକୁ । ଆମ ଓଡିଆ ପାଇଲଟ୍ ଅଧିକ ତିଆରି କରିବାକୁ । କିନ୍ତୁ ଏହି ଆଶା ମୋର ଆଶାରେ ରହିଗଲା । ମୋ ବ୍ୟାଚ୍‌ର ପ୍ରାୟ ସବୁ ପିଲା ଆମ ଓଡିଶା ଛାଡି ବିଦେଶରେ ଚାକିରୀ କରୁଛନ୍ତି । କିନ୍ତୁ ଥରୁଟେ ନିଜ ଜନ୍ମମାଟିକୁ ଫେରି ନିଜ ମାଟିପାଇଁ ନିଜ ଲୋକଙ୍କ ପାଇଁ କିଛି କରନ୍ତୁ । ମୁଁ କେବେବି ରାଜନୀତିର ସେଇ ଖେଳରେ ପଶିବାକୁ ଚାହେଁନି ମୁଁ ଲୋକମାନଙ୍କର ସେବା କରିବାକୁ ଚାହେଁ । ଯେପରି ସୁର ରାଉତରାଏ ଜଣେ ସଚୋଟ୍ ଖୋଲାଦିଲ ଲୋକ ତାଙ୍କ ନାଁକୁ ଆଗକୁ ବଜାୟ ରଖିବାକୁ ଚାହେଁ । ସେ ଆଉମଧ୍ୟ କହିଛନ୍ତି ଯେ ୨୦୨୪ ରେ ବାପା ଆଉ ନିର୍ବାଚନ ଲଢିବେନାହିଁ । ମୁଁ ଲୋକମାନଙ୍କ ସେବା କରିବା ପାଇଁ ଚାକିରୀ ଛାଡିଲି । ସମସ୍ତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ।

ଖବର ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୨୩ ରେ ରାଜନୈତିକ କ୍ୟାରିଅରରୁ ଅବସର ନେବା ପାଇଁ ଜଟଣୀ ବିଧାୟକ ସୁର ରାଉତରାୟ ଘୋଷଣା କରିଥିଲେ । ସେ କହିଥିଲେ ଯେ ମୋତେ ୮୦ ବର୍ଷ ହେଲାଣି , ଆଗକୁ ୨୦୨୪ ରେ ମୋ ପୁଅ ଲଢିବା ।
ତେବେ ଆଗକୁ ସେ କେଉଁ ଦଳରୁ ଲଢିବେ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି ମନ୍ମଥ । କାରଣ ସେ ଲୋକମାନଙ୍କୁ ସାଙ୍ଗରେ ଧରି ଆଗକୁ ବଢିବାର ଆଶା ରଖିଛନ୍ତି ନାଁ କି କେଉଁ ଦଳକୁ ।

Leave a Reply

Your email address will not be published. Required fields are marked *