Pratidin TV

Odisha's Digital News Platform

ମୋ ଷ୍ଟାମିନା କମିଗଲାଣି, ଆଉ ସାଂସଦ ନିର୍ବାଚନ ଛିଡ଼ାହେବାକୁ କୁହନି : ସୁର ରାଉତରାୟ..

1 min read

ରାଜ୍ୟ ରାଜନୀତିରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି ସୁର ରାଉତରାୟ । ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଧୀରେ ଧୀରେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ରାଜନୀତି ମଇଦାନ କୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଲେଣି ସବୁଦଳର ହେଭିୱେଟ ନେତା । ତେବେ ଏହାରି ମଧ୍ୟରେ ସୁର ରାଉତରାୟ ନିର୍ବାଚନ ଲଢିବେ କି ତାହା କଳ୍ପନା ଜଲ୍ପନା ରେ ଥିଲା । ହେଲେ ଏସବୁ ପ୍ରଶ୍ନର ସିଧା ସଳଖ ଉତ୍ତର ଦେଇଛନ୍ତି ସୁର ରାଉତରାୟ । ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି । ସେ ଆଉ ନିର୍ବାଚନ ଲଢିବେ ନାହିଁ । ତାଙ୍କୁ ୮୦ ବର୍ଷ ହେଲାଣି । ତେବେ ଏନେଇ କଣ କହୁଛନ୍ତି ସୁର ରାଉତରାୟ ଥରେ ଶୁଣି ନିଅନ୍ତୁ ।


ସେ କଂଗ୍ରେସର ଜଣେ ଟାଣୁଆ ପ୍ରାର୍ଥୀ । ୫୫ ବର୍ଷ ହେଲା ସେ କଂଗ୍ରେସରେ ରହି ଲୋକମାନଙ୍କର ସେବା କରି ଆସୁଛନ୍ତି । ତେବେ ଏହାରି ମଧ୍ୟରେ ତାଙ୍କର ଦୁଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । କେଉଁ ଦଳରୁ ସେମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Advertisement

Leave a Reply

Your email address will not be published. Required fields are marked *