Pratidin TV

Odisha's Digital News Platform

‘The Kerala Story’ ଟିକେଟ୍ ଦେଖାଓ ଚା ଓ କଫି ମାଗଣାରେ ପିଅ

1 min read

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ଦେଶରେ ହଇଚଇ ସୃଷ୍ଟି କରିଛି ବଲିଉଡ୍ ଫିଲ୍ମ ‘ଦ କେରଲା ଷ୍ଟୋରୀ’ । ଫିଲ୍ମକୁ ନେଇ ଅନେକ ବିବାଦ ଉପୁଜିଥିବା ବେଳେ ରାଜନୀତି କ୍ଷେତ୍ରରେ ମଧ୍ୟ ଏହାର ଦବଦବା ଦେଖାଦେଇଛି । କେହି କେହି ନିଜ ରାଜ୍ୟରେ ଫିଲ୍ମଟିକୁ ସ୍କ୍ରିନିଂ କରିବାରେ ବ୍ୟାନ ଲଗାଇଥିବା ବେଳେ , କେତେକ ବିଜେପି ଶାସିତ ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସମୁକ୍ତ କରାଯାଇଛି । ଏଥି ସହିତ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଭଳି ରାଜ୍ୟରେ ଏହି ଫିଲ୍ମର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥି ସହିତ ଗୁଜୁରାଟର ସୁରଟରେ ଥିବା ଏକ ଚା ଦୋକାନର ମାଲିକ ଏହି ଚଳଚ୍ଚିତ୍ର ବିଷୟରେ ଲୋକଙ୍କ ପାଇଁ ଏକ ନିଆରା ଅଫର ଦେଇଛନ୍ତି ।

ସୁରଟର ଭେସୁ ଅଞ୍ଚଳରେ ଚା ’ଷ୍ଟଲ୍ ଚଳାଉଥିବା ଦୋକାନୀ ତାଙ୍କ ଦୋକାନରେ ଏକ ପୋଷ୍ଟର ଲଗାଇଛନ୍ତି। ଏହି ପୋଷ୍ଟରରେ କେରଳ ଷ୍ଟୋରୀ ର ଏକ ପୋଷ୍ଟର ଲଗାଯାଇଥିବା ବେଳେ , ପୋଷ୍ଟରରେ ଲେଖାଯାଇଛି ଯେ ଏହି ଚଳଚ୍ଚିତ୍ରକୁ ଦେଖିବାକୁ ଆସୁଥିବା ଲୋକମାନେ ଫିଲ୍ମ ଟିକେଟ୍ ଦେଖାଇ ଏଠାରେ ମାଗଣାରେ ଚା ଓ କଫି ପିଇ ପାରିବେ ।

Advertisement

ଦୋକାନୀ ଜଣଙ୍କ କହିଛନ୍ତି ଯେ କେରଳ ଷ୍ଟୋରୀ ଦେଖିବାକୁ ଆସୁଥିବା ଦର୍ଶକମାନେ ଟିକେଟ୍ ଦେଖାଇ ଏଠାରେ ଖୁସବ୍ ଖୁସିରେ ଚା ଓ କଫି ପିଇଥାନ୍ତି । ପରେ ଏଇଠାରେ ଠିଆ ହୋଇ ଫିଲ୍ମ ବିଷୟରେ ଅନେକ କଥା ଆଲୋଚନା କରିଥାନ୍ତି । ତେବେ ଚା ଦୋନାକରେ ଏହି ଅପରଟି ମେ ୧୫ ତାରିଖ ଯାଏ ରହିବ ବୋଲି କହିଛନ୍ତି ଚା ବାଲା ।

Leave a Reply

Your email address will not be published. Required fields are marked *