Pratidin TV

Odisha's Digital News Platform

ସାତଫେରା ନେଇ ୧୩ ବର୍ଷର ସମ୍ପର୍କକୁ ପୁର୍ଣ କରିଛନ୍ତି ସୁରଭି ଓ କରନ

1 min read

ମିସରୁ ମିସେସ ହୋଇଛନ୍ତି ସିରିଏଲ ଜଗତର ଅଭିନେତ୍ରୀ | କୋଟିପତି ବ୍ୟବସାୟୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତ୍ତି | ସାତଫେରା ବିଡ଼ିଓ ହେଲା ଭାଇରାଲ | ଟିବି ସିରିଏଲ ଜଗତର ପପୁଲାର ଅଭିନେତ୍ରୀ ସୁରଭି ଚାନ୍ଦନୀ ନିଜ ଦୀର୍ଘ ଦିନର ପ୍ରେମିକ କରନ ଶର୍ମାଙ୍କ ସହ ହାତଗଣ୍ଠିରେ ବାନ୍ଧି ହୋଇଛନ୍ତି | ଦୁହେଁଙ୍କ ବିବାହ ଜୟପୁରରେ ସମ୍ପର୍ଣ ହୋଇଛି | ଦୁହେଁ ସୋସିଆଲ ମିଡିଆରେ ନିଜ ଫଟୋ ଭିଡ଼ିଓ ପୋଷ୍ଟ କରି ନିଜ ସମ୍ପର୍କକୁ ଅଫିସିଆଲ ଭାବରେ ଜଣାଇଛନ୍ତି |

ତେବେ ଦୁହିଁଙ୍କ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି | ଦୁହେଁ ସାତଫେରା ନେଉଥିବାର ଦେଖିବାକୁ ମିଳିଛି | ସେମାନେ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି | ସେ ଭିଡ଼ିଓରେ ଶସୁରଭିଙ୍କ ମୁହଁରେ ଥିବା ହସ କହୁଥିଲା କି ତାଙ୍କ ପାଇଁ ଏହା କେତେ ସ୍ପେସିଆଲ ମୁମେଣ୍ଟ | କରନ ମଧ୍ୟ ଖୁସି ଥିବାର ଦେଖିବାକୁ ମିଳିଥିଲା |

Advertisement

ବିବାହର ଲୁକ କହିବାକୁ ଗଲେ ଦୁହେଁ ବହୁତ ସୁନ୍ଦର ଦେଖା ଯାଉଥିଲେ | ସୁରଭି ଲାଇଟ ଗ୍ରେ ଓ ପେଷ୍ଟଲ ପିଙ୍କ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ | ସେ ବହୁତ ଷ୍ଟାଇଲିଷ୍ଟ ଦେଖାଯାଉଥିଲେ | ସେପଟେ କରନ ସୁରଭି ସସହ ମ୍ୟାଚିଂ କରି ଗ୍ରେ ସେରବାନି ପିନ୍ଧିଥିଲେ | ତାଙ୍କ ସେରବାନିରେ ମିରର ୱାର୍କ ହୋଇଥିବା ଯୋଗୁଁ ତାଙ୍କ ଲୁକ ବହୁତ ଷ୍ଟାଇଲିଷ୍ଟ ଲାଗୁଥିଲା |

ସୂଚନା ଅନୁଯାୟୀ, ସୁରଭି ଏବଂ କରନ ଦୀର୍ଘ ୧୩ ହେଲାଣି ଏକାଠି ଦେଖିବାକୁ ମିଳିଥିଲା | ନିଜ ଜୀବନର ସୁବିଧା ଅସୁବିଧା ଦୁହେଁ ମିଶି ପାର କରି ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ସମ୍ପର୍କକୁ ସଫଳତାର ଶୀର୍ଷରେ ରଖିଛନ୍ତ୍ତି | ସୁର୍ଭିଙ୍କ ଅଭିନୟ କାମ କଥା କହିବାକୁ ଗଲେ ସେ ଶେଷ ଥର ପାଇଁ ନାଗୀନ ସିଜନ ୬ ରେ ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *