Pratidin TV

Odisha's Digital News Platform

ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂ ।

1 min read

ଆଇଏସ୍ ସ୍ତରରେ ବଡ ଅଦଳବଦଳିପରେ ଟୁଇନ୍ ସିଟି ରେ ନୂଆ କମିଶନର । ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

Advertisement

୧୯୯୪ ବ୍ୟାଚ୍ ଆଇପିଏସ୍ ତଥା ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ସ୍ଥାନରେ ୧୯୯୮ ବ୍ୟାଚ୍ ଆଇପିସଏସ୍ ତଥା ଏଡିଜି(ଅପରେସନ୍) ସୁରେଶ ଦେବଦତ୍ତ ସିଂଙ୍କୁ ଦ୍ବୈତନଗର ନୂତନ ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା।

ନୂଆ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ୧୯୭୧ ମସିହାରେ ଉତ୍ତରପ୍ରଦେଶରେ ଜନ୍ମ। ସେ ଜଣେ ମେଧାବୀ ଛାତ୍ର ଥିଲେ। ୧୯୯୪ ମସିହାରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ ୧୯୯୭ ମସିହାରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି ଲାଭ କରିଥିଲେ। ଏହି ସମୟରେ ସେ ଆଇପିଏସ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସାମ୍ବାଦିକତା ପାଇଁ ଆଗ୍ରହ ଥିବାରୁ ଆହ୍ଲାବାଦରେ ମାସ୍ କମ୍ୟୁନିକେସ୍ନ ଡିଗ୍ରି ହାସଲ କରିଥିଲେ। କିଛି ଦିନ ପାଇଁ ସେ ଦୈନିକ ଜାଗରଣ, ନବ ଭାରତ, ହିନ୍ଦୁ ଭଳି ଜାତୀୟସ୍ତରର ଖବରକାଗଜ ପାଇଁ ସାମ୍ବାଦିକତା କରିଥିଲେ।

ତେବେ ନୂଆ ଦାୟିତ୍ୱ ନେବା ପରେ ସୁରେଶ ଦେବଦତ୍ତ ସିଂହଙ୍କ ସମ୍ମୁଖରେ ବିଭିନ୍ନ ସମସ୍ୟା ଚାଲେଞ୍ଜ ଭାବେ ଛିଡ଼ା ହୋଇଛି । ମୁଖ୍ୟତଃ କଟକ, ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା, ଗଞ୍ଜେଇ ଚୋରା ଚାଲାଣ, ସାଇବର କ୍ରାଇମ୍‌ ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦକ୍ଷତାର ସହ ପରିଚାଳନା କରିବାରେ ସେ କିପରି ଭୂମିକା ନିର୍ବାହ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *