କାଲି ନେଇଥିଲେ ଶପଥ, ଏହି କାରଣ ପାଇଁ ଆଜି ଛାଡ଼ିବେ ମନ୍ତ୍ରୀପଦ !
1 min readଦେଶର ନୂତନ ସରକାର ଗଠନ ହୋଇ ସାରିଛି । ଗତକାଲି ତୃତୀୟ ଥର ଲାଗି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋଦିଙ୍କ ସହ କ୍ୟାବିନେଟ ମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଭାବରେ ୭୨ ସାଂସଦ ଶପଥ ଗ୍ରହଣ କରିଛନ୍ତି । ଏଥିମଧ୍ୟରେ କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ ଅଛନ୍ତି, କିନ୍ତୁ ବର୍ତ୍ତମାନ ସେ ଏହି ପଦ ଛାଡିବାର ସୂଚନା ମିଳିଛି । ଶପଥ ଗ୍ରହଣ ସମାରୋହ ପରେ ଏକ ଗଣମାଧ୍ୟମ ସହତ ଆଲୋଚନ କରିବା ବେଳେ ସେ କହିଛନ୍ତି ଯେ ସେ ଅନୁଭବ କରୁଛନ୍ତି ଯେ ତାଙ୍କୁ ଶୀଘ୍ର ଏହି ପଦରୁ ମୁକ୍ତ କରାଯିବ । ସେ ମନ୍ତ୍ରୀ ପଦ ମାଗି ନାହାଁନ୍ତି ବୋଲି ସୁରେଶ ଗୋପୀ କହିଛନ୍ତି ।
ମନ୍ତ୍ରୀ ପଦ ଛାଡିବାର କାରଣ ମଧ୍ୟ ସୁରେଶ ଗୋପୀ କହିଛନ୍ତି, ସେ କହିଛନ୍ତି ‘ମୁଁ ଅନେକ ଚଳଚ୍ଚିତ୍ରରେ ଦସ୍ତଖତ କରିଛି ଏବଂ ସେଥିରେ କାମ କରିବାକୁ ପଡିବ । ମୁଁ ଥ୍ରୀସୁର ସାଂସଦ ଭାବରେ କାର୍ଯ୍ୟ କରିବି ।ସୁରେଶ ଗୋପୀ କହିଛନ୍ତି ଯେ ସେ କେବଳ ନିଜ ନିର୍ବାଚନମଣ୍ଡଳୀରେ ସାଂସଦ ଭାବରେ କାମ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ମନ୍ତ୍ରୀ ପଦର ଆବଶ୍ୟକତା ନାହିଁ । ସେ କହିଛନ୍ତି ଯେ ସେ କୌଣସି ପଦ ପାଇଁ ଦାବି କରିନାହାନ୍ତି । ଏବଂ ମୋତେ ଲାଗୁଛି ଖୁବ୍ ଶୀଘ୍ର ତାଙ୍କୁ ଏହି ପଦରୁ ମୁକ୍ତ କରାଯିବ । ଥ୍ରୀସୁର ଭୋଟରଙ୍କର କୌଣସି ଅସୁବିଧା ନାହିଁ । ସେମାନେ ଏହା ଜାଣନ୍ତି ଏବଂ ଜଣେ ଏମ୍ପି ଭାବେ ମୁଁ ଭଲ କାମ କରିପାରିବି । ମୋତେ କୌଣସି ପରିସ୍ଥିତିରେ ମୋର ଫିଲ୍ମ କରିବାର ଅଛି ।” ଥ୍ରୀସୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ସୁରେଶ ଗୋପୀ ଜିତି କେରଳର ପ୍ରଥମ ବିଜେପି ଏମ୍ପି ଭାବରେ ଇତିହାସରେ ତାଙ୍କ ନାମ ଲେଖିଛନ୍ତି ।