Pratidin TV

Odisha's Digital News Platform

ସର୍ଜିକାଲ ରୋବର୍ଟ ନେଇଗଲା ସ୍ତ୍ରୀର ଜୀବନ , ଥାନାରେ ଦ୍ୱାରସ୍ଥ ହେଲେ ସ୍ୱାମୀ ..

1 min read

ଆଜିର ଦୁନିଆ ସମ୍ପୂର୍ଣ୍ଣ ରୁପେ ବିଜ୍ଞାନ ଉପରେ ନିର୍ଭରଶୀଳ ହୋଇପଡିଛି । ବିଜ୍ଞାନ ବିନା କୌଣସି ବି କାର୍ଯ୍ୟ କରିବା ମଣିଷ ପାଇଁ ଅସମ୍ଭବ ହୋଇ ପଡିଛି । ଏବେ ଦୈନଦିନ ଜୀବନରେ ମଣିଷ ଟେକ୍ନୋଲଜିର ବ୍ୟବହାର କରୁଛି । ଏବେ ଚିକିତ୍ସାକ୍ଷେତ୍ରରେ ବି ରୋବଟ୍ ର ବ୍ୟବହାର କରାଯାଉଛି । ଚିକିତ୍ସା ଏବଂ ଅସ୍ତ୍ରୋପଚାର କ୍ଷେତ୍ରରେ ଏବେ ଗରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହେଲେ ସେହି ମେସିନ୍ ଅନେକ ସମୟରେ ବିପଦପୂର୍ଣ୍ଣ ଏବଂ ଘାତକ ସାଜୁଛି । ବେଳେ ବେଳେ ସେହି ରୋବର୍ଟ ମଣିଷର ଜୀବନ ନେଇଯାଉଛି । ଫ୍ଲୋରିଡାରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।

ଜଣେ କର୍କଟ ପୀଡିତା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ରୋବର୍ଟ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ମାମଲା ଦାୟର କରିଛନ୍ତି । ସେ ଦାବି କରିଛନ୍ତି ଯେ ହସ୍ପିଟାଲରେ ଥିବା ଏକ ରୋବର୍ଟ ଯୋଗୁଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ସ୍ତ୍ରୀ କ୍ୟାନସର ରୋଗରେ ପୀଡିତ ଥିଲେ ତେଣୁ ସେ ଏହି ମେଡିକାଲରେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା କରାଇଥିଲେ । କିନ୍ତୁ ମେଡିକାଲରେ ଥିବା ଏକ ସର୍ଜିକାଲ ରୋବଟ ପାଇଁ ତାଙ୍କ ସ୍ତ୍ରୀଙ୍କ ଜୀବନ ଯାଇଛି । ଏହି ରୋବଟ ତାଙ୍କ ପତ୍ନୀଙ୍କ ଶରୀରକୁ କଣା କରିଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ହାର୍ଭେ ସଲ୍ଟଜର ନାମକ ଜଣେ ବ୍ୟକ୍ତି ଫେବୃଆରୀ ୬ରେ ଏକ ଅଭିଯୋଗ ଆଣିଥିଲେ , ଯେଉଁଥିରେ କମ୍ପାନୀର ସର୍ଜିକାଲ ରୋବର୍ଟ ଦ୍ୱାରା କରାଯାଇଥିବା ସର୍ଜରୀ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

Advertisement

କେବଳ ଏତିକି ନୁହେଁ, ସେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଏହାର ରୋବଟଗୁଡ଼ିକୁ ସେହି ହସ୍ପିଟାଲରେ ବିକ୍ରି କରିଥାଏ ଯାହାର ରୋବୋଟିକ୍ ସର୍ଜରୀରେ କୌଣସି ଅଭିଜ୍ଞତା ନାହିଁ । ଏହି ରୋବଟ୍ କିପରି ବ୍ୟବହୃତ ହୁଏ ସେମାନଙ୍କୁ ମଧ୍ୟ କୁହାଯାଏ ନାହିଁ ଏହାସହ କୌଣସି ତାଲିମ ଦିଆଯାଇନଥାଏ ।

Leave a Reply

Your email address will not be published. Required fields are marked *