Pratidin TV

Odisha's Digital News Platform

ସୁରମା ପାଢୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

ରଣପୁର ମାଟିର ଗର୍ବ, ଗୌରବ, ସୁରମା ପାଢ଼ୀ ଏବେ ହେବେ ନୂଆ ବାଚସ୍ପତି | ସର୍ବସମ୍ମତି କ୍ରମେ ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି | ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ |

ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କୁ ସମସ୍ତ ଦଳର ନେତା ଜଣାଇଛନ୍ତି ଶୁଭେଚ୍ଛା | ତେବେ ସୁରମା ପାଢ଼ୀଙ୍କୁ ବାଚସ୍ପତି କରିବା ନେଇ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିବା ବେଳେ ଆଜି ବାଚସ୍ପତି ଚୌକିରେ ବସିଛନ୍ତି ସୁରମା ପାଢ଼ୀ | ଗତକାଲି ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଥିଲେ ସୁରମା ପାଢ଼ୀ | ଆଜି ସେ ପଦରେ ବସିଛନ୍ତି |

Leave a Reply

Your email address will not be published. Required fields are marked *