Pratidin TV

Odisha's Digital News Platform

ଦୂର୍ଗାଙ୍କ ଆଗମନରେ ଚମକିବ ୧୨ଟି ରାଶି, ସୂର୍ଯ୍ୟ କରିବେ ସ୍ଥାନ ପରିବର୍ତ୍ତନ ମିଳିବ ଏହି ୩ରାଶିକୁ ଶୁଭଫଳ..

1 min read

ଗ୍ରହମାନଙ୍କ ରାଜା ହେଉଛନ୍ତି ସୂର୍ଯ୍ୟ । ତାଙ୍କୁ ପିତା ତୁଲ୍ୟ ସମ୍ମାନ ପ୍ରଦାନ କରାଯାଏ । ସୂର୍ଯ୍ୟ ଭଗବାନ ପ୍ରତ୍ୟେକ ମାସରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯାଇ ଥାନ୍ତି । ଏବଂ ସୂର୍ଯ୍ୟ ଯେଉଁ ରାଶିକୁ ଯାଇଥାନ୍ତି ତାଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । କେବେ କେବେ ସୂର୍ଯ୍ୟଙ୍କ ଆଗମନରେ କିଛି ରାଶିଙ୍କ ରେ ଧନର ବର୍ଷା ହେବା ସହ ଶୁଭ ଫଳ ମଧ୍ୟ ମିଳିଥାଏ । ଆଗକୁ ଦୁର୍ଗା ପୂଜା ଥିବାରୁ ୧୨ଟି ରାଶି ମଧ୍ୟରୁ ୩ଟି ରାଶିର ବ୍ୟକ୍ତି ଜବୀନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସେଥିପାଇଁ ଚଳିତ ମାସ ୧୮ରେ ସୂର୍ଯ୍ୟ କନ୍ୟାରୁ ତୁଳାରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାକୁ ତୁଳା ସଂକ୍ରାନ୍ତି କୁହାଯାଏ । ସୂର୍ଯ୍ୟଙ୍କ ସ୍ଥାନ ବଦଳିଲେ ୧୨ଟି ରାଶିରେ ମଧ୍ୟ ବରିର୍ତ୍ତନ ଦେଖା ଦେଇଥାଏ । ତେବେ ସୂର୍ଯ୍ୟ ପରିର୍ତ୍ତନରେ କେଉଁ ରାଶିର ଭାଗ୍ୟ ଚମକିବ ଜାଣନ୍ତୁ ଏଠି । ଚଳିତ ଥର ସୂର୍ଯ୍ୟ ବଦଳିରେ କେବଳ ୩ଟି ରାଶିରେ ଭଲ ଫଳ ମିଳଥିବା ଜଣା ପଡିଛି । ସେହି ରାଶି ହେଉଛି ମେଷ ରାଶି । ଏହି ରାଶିର ଲୋକଙ୍କ ପାଇଁ ପ୍ରଭୂ ସୂର୍ଯ୍ୟଙ୍କ ପରିବର୍ତ୍ତନ ଭଲ ଫଳାଫଳ ଆଣିବ ।

ଆପଣ ନିଜ ଜୀବନରେ କିଛି ବଡ ପରିବର୍ତ୍ତନ ଦେଖିପାରନ୍ତି । ଆର୍ôଥକ ପରିସ୍ଥିତି ଭଲ ହେବ କିନ୍ତୁ ଜ୍ଞାନୀ ବିନିଯୋଗ ଲାଭଦାୟକ ହେବ । ଭଗବାନଙ୍କୁ ଉପାସନା କରିବା ସୁଖ ଏବଂ ଆନନ୍ଦ ଆଣିଥାଏ । ଆପଣଙ୍କ ସହକର୍ମୀମାନେ ମଧ୍ୟ କର୍ମକ୍ଷେତ୍ରରେ ଆପଣଙ୍କୁ ସମର୍ଥନ କରିବେ । ୨ୟରେ ରହିଛି ବିଛା ରାଶି ।ସ୍ତାନ ପରିବର୍ତ୍ତନ ହେଲେ ବିଛା ରାଶିର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ । ସେମାନେ ଏହି ସମୟରେ ନିଜ ଶତ୍ରୃକୁ ପରାସ୍ତ କରିବେ । ମନ ପସନ୍ଦର ଚାକିରୀ ପାଇବେ । ସମାଜରେ ସମ୍ମାନ ବୃଦ୍ଧି ପାଇବ । ପ୍ରେମ ପ୍ରସଙ୍ଗରେ ରିବାର ସଦସ୍ୟଙ୍କ ସମର୍ଥନ ମିଳିବ ।୩ୟରେ ରହିଛି କର୍କଟ ରାଶି । ଏହି ରାଶିର ଲୋକମାନେ ତୁଳାରେ ପ୍ରଭୁ ସୂର୍ଯ୍ୟଙ୍କ ପ୍ରବେଶ ଦ୍ୱାରା ଅନେକ ଉପକୃତ ହେବେ । ଅନେକଖ୍ୟାତି ପାଇବେ । କ୍ୟାରିୟରେ ଅଗ୍ରଗତି ହେବ ।

Advertisement

Leave a Reply

Your email address will not be published. Required fields are marked *