ଏ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ : ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିବ ପ୍ରଭାବ ..
1 min readଭୁବନେଶ୍ୱର : ଏ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଅକ୍ଟୋବର ୨୫ ଅର୍ଥାତ୍ ଗତକାଲି ଘଟିବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଦ୍ୱିପହରର ୨.୨୮ ସମୟରେ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ସହ ଶେହ ହେବ । ଜ୍ୟୋତିଷ୍କଶାସ୍ତ୍ର ଅନୁଯାୟୀ ଏହି ଗ୍ରହଣ ତୁଳା ରାଶି ଓ ସ୍ୱାତୀ ନକ୍ଷତ୍ରରେ ହେବ । ଏହି ଗ୍ରହଣଟି ଏକ ଆଶିଂ ସୂର୍ଯ୍ୟଗ୍ରହଣ , ଯାହା ଗତକାଲି ଭାରତରେ ଦୃଶ୍ୟମାନ ହେବ । ତେବେ ଏହି ଗ୍ରହଣର ନିୟମ ସମସ୍ତଙ୍କୁ ପାଳିବାକୁ ପଡିବ ।
ତେବେ ଚାଲନ୍ତୁ ଜାଣିବା କେଉଁରାଶି ଉପରେ ପଡିବ କିଭଳି ପ୍ରଭାବ ଏବଂ ତାହାର ନିରାକରଣର ଉପାୟ –
ମେଷ ରାଶି- ମେଷ ରାଶିର ଲୋକମାନଙ୍କ ଉପରେ ଏହି ସୂର୍ଯ୍ୟ ଗ୍ରହଣର ପ୍ରବାବ କିଛି ଏପରି ରହିବ । ଏହି ରାଶିର ଲୋକମାନଙ୍କ ବୈବିହିକ/ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେଇପାରେ । ଗତକାଲି ଏହି ରାଶିର ବ୍ୟକ୍ତିମାନେ ଯଦି କିଛି ବିଜନେସ୍ କିମ୍ବା ବ୍ୟାପାର ସମ୍ବନ୍ଧୀୟ ଡିଲ୍ କରୁଛନ୍ତି । ତେବେ ସାବଧାନତାର ସହ ଏହାକୁ କରନ୍ତୁ । ଗତକାଲି ହଳଦିଆ ରଙ୍ଗର କିଛି ଜିନିଷ ଦାନ କରନ୍ତୁ ।ଆପଣଙ୍କୁ ଆର୍ଷିବାଦ ଲାଭ ହେବ । ଏହା ସହ ଭଗବାନ ବିଷ୍ଣୁଙ୍କ ଉପାସନା କରନ୍ତୁ ।
ମିଥୁନ ରାଶି – ଏହି ରାଶିର ଲୋକମାନଙ୍କ ଜୀବନରେ ସନ୍ତାନ ମାନଙ୍କୁ ନେଇ ଗତକାଲି କିଛି ସମସ୍ୟା ଦେଖାଦେଇପାରେ । ଏହି ରାଶିର ଡାଇବେଟିକ୍ ରୋଗିମାନେ ବିଶେଷ ଭାବେ ନିଜ ଉପରେ ଧ୍ୟାନ ଦିଅନ୍ତୁ । ଗତକଲି ଶ୍ରୀକୃଷ୍ଣଙ୍କ ଉପାସନା କରିବା ସହ ଲୋକମାନଙ୍କୁ କଳାର ରଙ୍ଗର ଜିନିଷ ଦାନ କରନ୍ତୁ ।
କର୍କଟ ରାଶି – ଏହି ସମୟରେ ନିଜ କ୍ୟାରିୟର ଏବଂ ବାସସ୍ଥଳିକୁ ନେଇ କିଛି ପରିବର୍ତ୍ତନ ଦେଖାଦେଇପାରେ । ମାଁ ଏବଂ ସ୍ତ୍ରୀଙ୍କୁ ନେଇ ବିବାଦ ବଢିପାରେ । ଏହିରାଶିର ଲୋକମାନେ ଗତକାଲି ଧଳା ରଙ୍ଗର ଜିନିଷ ଦାନ କରିବା ସହ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ସୁଭଫଳ ମିଳିବ ।
ସିଂହ ରାଶି – ସ୍ୱାସ୍ଥ ଏବଂ ମାନସିକ ସ୍ତରରେ ପରିବର୍ତ୍ତନ ଦେଖାଦେବ ବା ଭଲ ରହିବ । ସମସ୍ତ ରହିଯାଇଥିବା କାର୍ଯ୍ୟ ପୁଣି ଆରମ୍ଭ ହୋଇଯିବ । ସଫଳତା ମିଳିବ । କଳା ରଙ୍ଗର ଜିନିଷ ଦାନ କରିବା ସହ , ସୂର୍ଯ୍ୟ ଦେବଙ୍କ ମନ୍ତ୍ର ଜପ କରିବା ଉଚିତ୍ ।
କନ୍ୟା ରାଶି –ଆର୍ଥିକ ଏବଂ ପାରିବାରିକ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଯତ୍ନର ସହ ଗାଡି ଚଲାନ୍ତୁ । ଆଘାତକୁ ରୋକନ୍ତୁ । ଶିବଙ୍କୁ ପୂଜା କରିବା ସହ କିଛି ଖାଦ୍ୟ ଦାନ କରନ୍ତୁ ।
ତୁଳା ରାଶି – ପାରିବାରିକ ସମସ୍ୟା କିମ୍ବା କୋର୍ଟରେ ଚାଲିଥିବା କେସ୍ ରେ ସମସ୍ୟା ଦେଖା ଦେଇପାରେ । ଦୁର୍ଘଟଣା ଘଟିବା ପ୍ରତି ସାବଧାନ ରୁହନ୍ତୁ । କଳା ବସ୍ତ୍ର ଦାନ କରିବା ସହ ଭଗବାନ ଶ୍ରୀ ରାମଙ୍କୁ ସ୍ମରଣ କରନ୍ତୁ ।
ବୃଷ ରାଶି – କ୍ୟାରିୟରକୁ ନେଇ କିଛି ବାଧା ଉପୁଜିପାରେ । ଏହି ସମୟରେ ନିଜର ଲୋକମାନଙ୍କ ସହ ସମ୍ପକୀୟଙ୍କ ଧ୍ୟାନ ରଖନ୍ତୁ । କିଛି ଭାତ ବା ଅନ୍ନ ଦାନ କରିବା ସହ ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ ।
ଧନୁ ରାଶି – କ୍ୟାରିୟର ଏବଂ ଜୀବନରେ ନିଜ ମନମୁତାବକ ବା ଚାହିଁଥିବା ସଫଳତା ମିଳିପାରେ । ଦୀର୍ଘଦିନର ଶତ୍ରୁ ବା ବିରୋଧି ମାନେ ହାର ମାନିବେ । ନିଜ ଘରର ବୃଦ୍ଧ ଲୋକମାନଙ୍କର ଧ୍ୟାନ ରଖନ୍ତୁ । କିଛି ହଳଦିଆ ଫଳ ଦାନ କରିବା ସହ ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରନ୍ତୁ ଦିନ ଭଲରେ କଟିବ ।