Pratidin TV

Odisha's Digital News Platform

ରାମନବମୀରେ ରମଲଲାଙ୍କର ଅଭିଷେକ କଲେ ସୂର୍ଯ୍ୟଦେବ ,  ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ ..

1 min read

ଅଯୋଧ୍ୟାରେ ଦେଖିବାକୁ ମିଲିଲା ଚମତ୍କାର ଦୃଶ୍ୟ । ରାମନବମୀରେ ରାମଲଲାଙ୍କର ଅଭିଷେକ କଲେ ସୂର୍ଯ୍ୟଦେବ । ଶ୍ରୀ ରାମଙ୍କ କପାଳରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା । ଏହି ଅଲୌକିକ ଦୃଶ୍ୟ ଦେଖି ଭକ୍ତିରେ ଭାବ ବହୋର ହୋଇ ପଡିଥିଲେ ଭକ୍ତମାନେ । ବୈଜ୍ଞାନିକମାନେ ଦର୍ପଣ ଜରିଆରେ ରାମଲଲାଙ୍କର ସୂର୍ଯ୍ୟତିଳକ କରିଛନ୍ତି । ଏହି ସୂର୍ଯ୍ୟକିରଣ ୪ ମିନିଟ୍ ପର୍ଯ୍ୟନ୍ତ ପଡି ରାମଲଲାଙ୍କ ମସ୍ତକର ଶୋଭା ବଢାଇଥିଲା । ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରଲ ହେଉଛି ।

ରାମନବମୀର ଦିବ୍ୟ ମୂହୁର୍ତ୍ତରେ ରାମଲଲାଙ୍କ ଦିବ୍ୟ ଅଭିଷେକ କରାଯାଇଥିଲା । ରାମ ନବମୀ ଦିନ ରାମଲାଲାଙ୍କ ବିଶେଷ ପୂଜା କରାଯାଇଥିଲା । ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼ ଜମିଛି । ଠିକ ଦ୍ୱିପ୍ରହରରେ ରାମଲାଲାଙ୍କ ସୂର୍ଯ୍ୟ ତିଲକ ଅନୁଷ୍ଠିତ ହୋଇଥିଲା । ସୂର୍ଯ୍ୟ ତିଲକ ପରେ ଭଗବାନ ଶ୍ରୀ ରାମଙ୍କର ବିଶେଷ ଉପାସନା କରାଯାଇଥିଲା ଏବଂ ଆରତୀ କରାଯାଇଥିଲା ।

Leave a Reply

Your email address will not be published. Required fields are marked *