Pratidin TV

Odisha's Digital News Platform

ବିଶ୍ୱକପ ଫାଇଟରେ ଭାରତୀୟ ବାୟୁସେନା ଦେଖାଇବ ନିଜର ଜଲୱା, ମ୍ୟାଚର ଆରମ୍ଭରୁ ୧୦ ମିନିଟ ଧରି କରିବ ଏୟାର ସୋ..

1 min read

ଭାରତରେ ଚାଲିଛି ଦିନିକିଆ ବିଶ୍ୱକପ ୨୦୨୩ । ନଭେମ୍ବର ୧୯ରେ ହେବ ଫାଇନାଲ ଫାଇଟ୍ । ତେବେ ଏହି ସମୟରେ ସାରା ବିଶ୍ୱ ଦେଖିବ ଭାରତୀୟ ବାୟୁସେନାର ଦମ । ବିଶ୍ୱକପରେ ସୂର୍ଯ୍ୟକିରଣ ଟିମର ଜଲୱା ଦେଖିବ ସାରାବିଶ୍ୱ । ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ହେବ ସୂର୍ଯ୍ୟ କିରଣ ସୋ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଫ୍ଲାଏପାଷ୍ଟ କରିବ ଭାରତୀୟ ବାୟୁସେନାର ଏରୋବେଟିକ୍ ଟିମ୍ ।

ଆସନ୍ତା ୧୯ ତାରିଖ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ଫାଇଟ୍ ରହିଛି । ଅନ୍ୟପଟେ ଟିମ୍ ଇଣ୍ଡିଆର ସଫଳତା ଲାଗି ପୂଜାର୍ଚ୍ଚନା କରା ଯାଉଛି । ଭାରତ ଯେଭଳି ଭାବେ ଅପରାଜେୟ ହୋଇ ଫାଇନାଲରେ ପ୍ରବେଶ କରିଛି, ଫାଇନାଲରେ ମଧ୍ୟ ଜିତି ବିଶ୍ୱକପ୍ ଟ୍ରଫି ଆଣୁ ବୋଲି ସମସ୍ତେ ଆଶା ରଖିଛନ୍ତି । ଟିମ୍ ଇଣ୍ଡିଆ ଗତ ୨୦୦୩ ବିଶ୍ୱକପରେ ଅଷ୍ଟ୍ରେଲିଆ ସହ ଫାଇନାଲ୍ ମୁକାବିଲା ଖେଳିଥିଲା । ମାତ୍ର ଅଷ୍ଟ୍ରେଲିଆ ସେତେବେଳେ ଭାରତକୁ ହରାଇ ବିଶ୍ୱକପ୍ ଜିତିଥିଲା । ଏଥର ମଧ୍ୟ ଫାଇନାଲରେ ଅଷ୍ଟ୍ରେଲିଆ ସହ ଭାରତ ମୁହାଁମୁହିଁ ହେବାକୁ ଯାଉଛି । ଭାରତୀୟ ଖେଳାଳିଙ୍କୁ ସାହସ ଦେବାକୁ ଅହମ୍ମଦାବାନ ଆକାଶରେବାୟୁସେନାର ସୂର୍ଯ୍ୟକିରଣ କରିବ ଏୟାର ସୋ ।

Advertisement

Leave a Reply

Your email address will not be published. Required fields are marked *