Pratidin TV

Odisha's Digital News Platform

(ଭିଡିଓ)ଗେରୁଆ ବସ୍ତ୍ରରେ ନଜର ଆସିଲେ ଭାରତୀୟ କ୍ରିକେଟର : ମହାକଳେଶ୍ୱରରେ ପନ୍ତଙ୍କ ପାଇଁ କଲେ ଜଳାଭିଶେକ..

1 min read

ନୂଆଦିଲ୍ଲୀ : ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି । ରିଷଭ ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା । ଭାରତୀୟ ଦଳର ଖେଳାଳି ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦରଙ୍କ ଭାରତୀୟ କ୍ରିକେଟ ଦଳର କର୍ମକର୍ତାମାନେ ବିଶ୍ୱ ପ୍ରସିଦ୍ଧ ବାବା ମହାକଳେଶ୍ୱର ମନ୍ଦିର ପରିଦର୍ଶନରେ ଯାଇଛନ୍ତି ।

Advertisement

ଖେଳାଳିମାନେ ବାବା ମହାକଳେଶ୍ୱରଙ୍କୁ ପୂଜା କରି ଆଶୀର୍ବାଦ ନେବାସହ ଓମ ନମଃ ଶିବାୟ ଜପ କରୁଥିବା ଦେଖିବାକୁ ମିଳିଥିଲା । ଜଳାଭିଶେକ କରିବା ସମୟରେ ହଳଦିଆ ପୋଷାକ ପିନ୍ଧିଥିବା ନଜର ଆସିଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଭାରତୀୟ ଦଳର ସୁପର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର କହିଛନ୍ତି, ବାବା ମହାକାଳେଶ୍ୱର ଆଶୀର୍ବାଦ ପାଇଁ ଏଠାକୁ ଆସିଛି । ମୋର ପ୍ରିୟ ବନ୍ଧୁ ତଥା ସାଥୀ କ୍ରିକେଟର ରିଷଭ ପନ୍ତ ଶୀଘ୍ର ସୁସ୍ଥତା କାମନା କରୁଛି । ଆସନ୍ତୁ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଆମର କାର୍ଯ୍ୟ କରିବା ଏବଂ ଦେଶକୁ ଗର୍ବିତ କରିବା ।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ । ଏହି ଷ୍ଟାଡିୟମ୍ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଭାରତୀୟ ଦଳ ଏପର୍ଯ୍ୟନ୍ତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଗୋଟିଏ ବି ଦିନିକିଆ ହାରିନାହିଁ । ଦଳ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ପାଂଚଟି ଦିନିକିଆ ଖେଳିଛି । ସେଥିମଧ୍ୟରୁ ଦଳ ସମସ୍ତ ପାଂଚଟି ମ୍ୟାଚ୍ ଜିତିଛି । ଏଥି ସହିତ, ଏହି ପରିସଂଖ୍ୟାନକୁ ଦେଖିଲେ ଲାଗୁଛି ଯେ ଏହି ଭୂମିରେ ଭାରତକୁ ପରାସ୍ତ କରିବା ନ୍ୟୁଜିଲ୍ୟାଣ୍ଡ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *