Pratidin TV

Odisha's Digital News Platform

୪୮ ବର୍ଷ ବୟସରେ ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ ! କରୁଛନ୍ତି ୱେଡିଂ ପ୍ଲାନ …

1 min read

ଏବେ ନୂଆମୋଡ ନେବ ସୁସ୍ମିତା ଙ୍କ ଜୀବନ । ଖୁବଶୀଘ୍ର ତାଙ୍କ ମଥାରେ ଲାଗିବ ସୁନ୍ଦରୀ । କାରଣ ଏବେ ବିବାହ କରିବାକୁ ଯୋଜନା କରୁଛନ୍ତି ସୁସ୍ମିତା ।ବ୍ରହ୍ମାଣ୍ଡ ସୁନ୍ଦରୀ ନିଜର ବୃତ୍ତିଗତ ଜୀବନଠୁ ଅଧିକା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ବ୍ରେକଅପ ପରେ ପୁଣିଥରେ ଏକାଠି ହୋଇଛନ୍ତି ସୁସ୍ମିତା ଓ ରୋହମାନ । ରୋହମାନ ପୁଣି ଥରେ ସୁସ୍ମିତାଙ୍କ ଜୀବନରେ ବୁଣି ଦେଇଛନ୍ତି ପ୍ରେମର ରଙ୍ଗ । ବର୍ତ୍ତମାନ ଉଭୟଙ୍କ ସମ୍ପର୍କ କୁ ନେଇ ଚର୍ଚ୍ଚା ଲାଗିରହୁଥିବା ବେଳେ ଉଭୟଙ୍କୁ ଅନେକ ଥର ଏକାଠି ସ୍ପଟ୍ ମଧ୍ୟ କରାଯାଇଥାଏ ।

ବର୍ତ୍ତମାନ ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ ବିବାହକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ସୁସ୍ମିତା ସେନ୍ ତାଙ୍କ ବିବାହ ପ୍ଲାନିଂ ବିଷୟରେ ଆଲୋଚନା କରିଥିଲେ । ଏପରିକି ନିଜ ପୂର୍ବ ପ୍ରେମିକ, ବନ୍ଧୁତାକୁ ନେଇ ଅନେକ ରୋମାଞ୍ଚକ ସିକ୍ରେଟ୍ ସେ ସୟାର କରିଥିଲେ । ଅଭିନେତ୍ରୀ କହିଥିଲେ, ନିଜ ଏକ୍ସ ବୟଫ୍ରେଣ୍‌ତ ସହ ବନ୍ଧୁତା କରିହେବ, ହେଲେ ଏହା ଟିକେ ଦ୍ୱନ୍ଦରେ ପକାଇଥାଏ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଏକ୍ସ ସହ ବନ୍ଧୁତା ତ ରଖନ୍ତି ହେଲେ ଏହାର ସୀମା ବଜାୟ ରଖିବା ଭୁଲି ଯାଆନ୍ତି ।

Advertisement

ସୁସ୍ମିତା ସେନ୍ ଆହୁରି କହିଛନ୍ତି ଯେ, ନିଜ ଏକ୍ସ ବା ପୂର୍ବ ପ୍ରେମକି ସହ ବନ୍ଧୁତା ରଖିବା ସହଜ, ମୁଁ ମୋ ଜୀବନରେ ଏହା କରିଛି ଏବଂ ମୁଁ ନିଜକୁ ଏଥିପାଇଁ ଧନ୍ୟମନେ କରେ । ବ୍ରକଅପକୁ ନେଇ ଅଭିନେତ୍ରୀ କହିଛନ୍ତି, ମୋ ଜୀବନ ନିଶ୍ଚିତ ଭାବରେ ଏକ ଖୋଲା ପୁସ୍ତକ, କାରଣ ମୁଁ ଏହାକୁ ଅତି ସଚ୍ଚୋଟତା ଏବଂ ବେଳେବେଳେ ନିର୍ଭୟରେ ବଞ୍ଚିଛିଥାଏ । ଯଦି ତୁମ ସହ କେହି ବିଶ୍ୱାସଘାତକତା କରେ ବା ଦୋଷ ଦିଏ ତେବେ ଏଥିରେ ଧ୍ୟାନ ନ ଦେଇ ଜୀବନରେ ଆଗକୁ ବଢିବା ଉଚିତ୍ ।ସୁସ୍ମିତା ସେନ୍ ତାଙ୍କ ବିବାହ ଯୋଜନା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ, ‘ଯଦି ମୁଁ ଜଣେ ବ୍ୟକ୍ତିଙ୍କୁ ମୋ ଅନୁସାରେ ଭଲ ମନେ କରେ, ତାଙ୍କଠାରୁ ସମସ୍ତ ଗୁଣ ପାଇଥାଏ, ତେବେ ମୁଁ ନିଶ୍ଚିତ ବିବାହ କରିବି । କିନ୍ତୁ ଏହାର ପ୍ରକୃତ ସମୟ ବିଷୟରେ ମୁଁ କହିପାରିବି ନାହିଁ ।

ତେବେ ସୁସ୍ମିତା ସେନଙ୍କ ଏହି କଥା ଶୁଣିବା ପରେ ସମସ୍ତ ଅନୁମାନ କରୁଛନ୍ତି ଯେ, ସେ ବୟଫ୍ରେଣ୍ଡ ରୋହମାନଙ୍କୁ ବିବାହ କରିପାରନ୍ତି । ସୁସ୍ମିତା ଏବଂ ରୋହମାନଙ୍କ ସମ୍ପର୍କକୁ ୨୦୧୮ ରେ ଅଫିସିଆଲି କରିଥିଲେ ଆଉ ଏହାପରେ ତାଙ୍କର ବ୍ରେକଅପ ହୋଇଯାଇଥିଲା । ଏହାପରେ ସୁସ୍ମିତା ଓ ଲଳିତ ମୋଦିଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହୋଇଥିଲା , ପରେ ଶୁଣିବାକୁ ପୁଣିଥରେ ଶୁଣିବାକୁ ମିଳିଥିଲା ସୁସ୍ମିତା ଏବଂ ରୋହମାନଙ୍କ ମଧ୍ୟରେ ପ୍ୟାଚଅପ ହୋଇଯାଇଛି । ତେବେ ଉଭୟଙ୍କୁ ଅନେକ ସମୟରେ ଦେଖିବାକୁ ମିଳୁଛି । ତେବେ କେବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *