Pratidin TV

Odisha's Digital News Platform

ସୁଶାନ୍ତଙ୍କ ସ୍ମୃତିରେ ୩ ବର୍ଷ ; ଲେଖିଥିଲେ ୫୦ଟି ସ୍ୱପ୍ନ ରହିଗଲା ଅଧା..

1 min read

ମୁମ୍ବାଇ : ଜୁନ୍ ୧୪ /୨୦୨୦ ଠିକ୍ ୩ ବର୍ଷ ପୂର୍ବେ ମୁମ୍ବାଇର ବାନ୍ଦ୍ରା ନିବାସରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମିଳିଥିଲା । ଯାହା ଲକ୍ଷ ଲକ୍ଷ ପ୍ରଶଂସକମାନଙ୍କୁ ସ୍ତବ୍ଧ କରିପକାଇଥିଲା । କେହି ବିଶ୍ୱାସ କରିପାରିନଥିଲେ ଯେ ସବୁବେଳେ ପରଦାରେ ହସୁଥିବା ବିନ୍ଦାସ ପିଲାଟି କିଛି ଏଭଳି ପଦକ୍ଷେପ ଉଠାଇବ । ସୁଶାନ୍ତଙ୍କ ମୃତ୍ୟୁକୁ ୩ ବର୍ଷ ପୁରିଯାଇଥିଲେ ବି ଆଜିବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠିପାରୁନି ପରଦା ।ଦେଶର ସିବିଆ,ମୁମ୍ବାଇପୋଲିସ,ଦିଲ୍ଲୀ ପୋଲିସ ସବୁ ପ୍ରଶାସନିକ ବ୍ୟବସ୍ଥା ହାର ମାନିଛି ବା ଘଉଡାଇବାକୁ ଚେଷ୍ଟା ଚଳାଇଛି । ଏ ଘଟଣାକୁ ୩ ବର୍ଷ ପୁରୁଥିଲେ ମଧ୍ୟ ସିବିଆଇ ଏଯାଏଁ ଚାର୍ଜସିଟ୍ ଦାଖଲ କରିନାହିଁ କିମ୍ବା ଆନୁଷ୍ଠାନିକ ଭାବେ ମାମଲାକୁ ବନ୍ଦ କରିନାହିଁ । ଏହି ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ବିବାହର ପୋଲିସ ନିଜ ହାତକୁ ନେଇଥିଲା । କିନ୍ତୁସିବିଆର ହସ୍ତକ୍ଷପ ପରେ ଏହି ସମ୍ପର୍କରେ କୌଣସି ତଥ୍ୟ ବାହାରକୁ ଆସିପାରିନଥିଲା । ଫଳରେ ଧିରେ ଧିରେ କେସ୍‌ଟିକୁ ଘଉଡାଇ ଦିଆଯାଇଥିଲା ।

କିନ୍ତୁ ଆଜିବି ପ୍ରଶଂସକଙ୍କ ମନରେ ସୁଶାନ୍ତଙ୍କ ମତ୍ୟୁକୁ ନେଇ ଅନେକ ପ୍ରଶ୍ନ କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେବ କିଏ ? ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଆଜି କଳା ଦିନ ପାଳନ କରୁଛନ୍ତି । କାରଣ ସୁଶାନ୍ତ ସହ ହୋଇଥିବା ହତ୍ୟାକୁ ଏଠାରେ ଆତ୍ମହତ୍ୟା ରୂପ ଦିଆଯାଇଘଟଣା ସଭିଙ୍କୁ ଜଣା । କଣ ସତରେ ଅନ୍ଦ ଆଇନ୍ ?

Advertisement

ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ୩ ବର୍ଷ ପୁରିବାକୁ ନେଇ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ପୋଷ୍ଟ । କିଏ ସୁସାନ୍ତଙ୍କ ଜଷ୍ଟିସ୍ ପାଇଁ ଲେଖିଛିତ କିଏ ସୁଶାନ୍ତଙ୍କ ଭରି ତାରକାକୁ ହରାଇ ଦୁଃଖରେ କବିତା ଲେଖିଛି । ପୁଣି କିଏ ସୁଶାନ୍ତଙ୍କ ସେଇ ୫୦ଟି ସ୍ୱପ୍ନକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଯାହା ସୁଶାନ୍ତ ନିଜ ମୃତ୍ୟୁ ପୂର୍ବରୁ ପୁରା କରିବାକୁ ଚାହୁଥିଲେ । କିନ୍ତୁ ସେ ଜାନୀନଥିଲେ ଯେ ସେ ସବୁ ସ୍ୱପ୍ନ ଦିନେ କାଗଜ କଲମରେ ହିଁ ରହିଯିବା …..

Leave a Reply

Your email address will not be published. Required fields are marked *