ମୁକ୍ତିଲାଭ କଲା ସୁସ୍ମିତା ଦାସଙ୍କ ‘ନବ ଦୁର୍ଗା ସ୍ତ୍ରୋତମ୍’
1 min readଭୁବନେଶ୍ୱର : ଆଗକୁ ଆସୁଛି ଦଶହାରା ମାଙ୍କ ଆଗମନ ଖୁସିରେ , ସୁସ୍ମିତା ଦାସଙ୍କ ମଧୁର କଣ୍ଠରେ ଏବଂ ଦେବ ମେହେରାଙ୍କ ନିର୍ଦ୍ଦେଶିତ ଅରୋମିରାର ଭିଡିଓର ଏକ ମ୍ୟୁଜିକ୍ ଭିଡିଓ ମୁକ୍ିଲାଭ ହୋଇଛି । ଯାହାର ନାମ ଦୁର୍ଗା ସ୍ତ୍ରୋତମ୍ ରଖାଯାଇଛି । ଓଡିଶାର କଳା , ସଂସ୍କୃତି ଦୃଷ୍ଟିରୁ ନବ ଦୁର୍ଗା ସ୍ତ୍ରୋତମ୍ ସବୁଠୁ ବଡ ସ୍ତ୍ରୋତ୍ର ।
ଏଥିରେ ନବ ଦୁର୍ଗା ଯଥା ,ଶୈଳପୁତ୍ରୀ,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା ,କୁଷ୍କାଣ୍ଡା,ସ୍କନ୍ଦମାତା,କାତ୍ୟାୟିନୀ,କାଳରାତ୍ରୀ,ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପାଇଂ ଗୋଟିଏ ଲେଖାଏ ମନ୍ତ୍ର ସ୍ଥାନ ପାଇଛି ।ଏହି ମ୍ୟୁଜିକ୍ ଭିଡିଉରେ ଅଲିଉଡ୍ ଅଭିନେତ୍ରୀ ବିଏମ୍ ବୈଶାଳୀ ଅଭିନୟ କରିଛନ୍ତି । ଗୀତର ଭକ୍ତି ମାଧ୍ୟମରେ ଶକ୍ତିମୟୀ ମାଙ୍କ ପରାକ୍ରମର ଗୁଣଗାନ କରାଯାଇଛିି । ପ୍ରତି ଗୀତରେ କିଛି ନୂଆ କରିବାର ପ୍ରୟାସ କରିଆସିଥିବା ସୁସ୍ମିତା ଦାସ ଏବଂ ନିର୍ଦ୍ଦେଶକ ଦେବ ମେହେରା ପୁଣି ନୂଆ ଉତ୍ସାହର ସହିତ ଏହି ମ୍ୟୁଜକିକ୍ ଭିଡିଓଟିକୁ ଲଞ୍ଚ କରିଛନ୍ତି । ଯାହା ଚଳିତ ବର୍ଷ ଦୁର୍ଗା ପୂଜାରେ ଲୋକମାନଙ୍କ ମନକୁ ଖୁବ୍ ଛୁଇଁବ ବୋଲି ସେମାନେ ଆଶାରଖିଛନ୍ତି ।
ଏନେଇ କଣ୍ଠଶିଳ୍ପୀ ସସ୍ମିତା ଦାସ କହିଛନ୍ତି ଯେ , ଏହି ଗୀତ ଆଦିଶକ୍ତି ଭକ୍ତମାନଙ୍କୁ ପ୍ରଦାନ କରୁଥିବା ଶକ୍ତି,ପ୍ରେରଣା,ପରିବର୍ତ୍ତନ ଏବଂ ବିପୁଳ ଦକ୍ଷତାର ଗୁଣଗାନ କରିଛି । ସେହିଭଳି ନିର୍ଦ୍ଦେଶକ କହିଛନ୍ତି ଯେ ଗୀତଟି ଦେବୀଙ୍କ ମହାନତାକୁ ବର୍ଣ୍ଣନା କରିବା ପାଇଁ ଶକ୍ତିଶାଳୀ କଣ୍ଠସ୍ୱର ଏବଂ ବୈପ୍ଳବିକ ଦୃଶ୍ୟ ଏକ ନିଖୁଣ ମିଶ୍ରଣ ଦେଖାଇଛି । ଆରୋମିରା ସବୁବେଳେ ବିଷୟକୁ ନୂଆ ଦୀଗ ଦେବାକୁ ଏବଂ ଏହାର ଇନୋଭେସନ୍ ପାଇଁ ବେଶ୍ ଜଣାଶୁଣା । ପୂର୍ବରୁ ଏହି ନିର୍ଦ୍ଦେଶକ ଏବଂ ସିଙ୍ଗର ଟିମ୍ ମିଶି ପୃଥିବୀ ମନ୍ଥନ , ଅୟିଗିରି ନନ୍ଦିନୀ,ନୂଆ ଠିକଣାକୁ , ମହ୍ଲାର,ନାରୀ ଓ ଆହୁରି ବହୁତ କିଛି ଭିଡିଓ ସହ ପ୍ରଶଂସକ ମାନଙ୍କୁ ଚକିତ କରାଇଦେଇଛି ।