Pratidin TV

Odisha's Digital News Platform

ବିଶାଖାପାଟଣାରେ ଗ୍ୟାସ୍ ଲିକ୍ : ଶତାଧିକ କର୍ମଚାରୀଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ୱର : ବିଶାଖାପାଟଣା ନିକଟ ଅଚ୍ୟୁତପୁର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ଅଘଟଣା । ସୂଚନା ଅନୁଯାୟୀ ଏକ ପୋଷାକ ଉତ୍ପାଦନ କାରଖାନାରେ ଗ୍ୟାସ୍ ଲିକ ହୋଇ ସେଠାରେ ଥିବା ୧୦୦ରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତର ରହିଛି । କର୍ମଚାରୀଙ୍କ କହିବା ଅନୁଯାୟୀ ପୋରିସ୍ ଲ୍ୟାବରୁ ଆମୋନିଆ ଗ୍ୟାସ୍ ଲିକ୍ କରି ଏପରି ହୋଇଥିବା ଅନୁମାନ କରାଯାଉଛି । ତେବେ ଆଗରୁ ମଧ୍ୟ ଅନେକ ଥର ଏହି ଗ୍ୟାସ୍ ଲିକ୍ ହୋଇଥିବା ବେଳେ କାରଖାନା କତ୍ତୃପକ୍ଷଙ୍କ ଦ୍ୱାରା କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇନଥିଲା ।

ଏହି ଅଘଟଣ ଘଟିବାର କିଛି ସମୟ ମଧ୍ୟରେ ହିଁ ସମସ୍ତ କର୍ମଚାରୀମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତନ୍ମଧ୍ୟରୁ ୫୦ ରୁ ଅଧିକ ମହିଳା କର୍ମଚାରୀ ଥିବାବେଳେ କିଛି ଗର୍ଭବତି ମହିଳା ମଧ୍ୟ ରହିଛନ୍ତି । ଏଯାଏ ମାତ୍ର ୩୦ ଜଣଙ୍କ ସ୍ୱାସ୍ଥ ଅବସ୍ଥାରେ ଅଳ୍ପମାତ୍ରାରେ ପରିବତ୍ତନ ଦେଖାଦେଇଥିବା ବେଳେ ୭୦ଅଧିକ କର୍ମଚାରୀଙ୍କ ଅବସ୍ଥାରେ କିଛି ସୁଧାର ଦେଖାଯାଇନାହିଁ ।ସମସ୍ତଙ୍କୁ ମୁଣ୍ଡବୁଲାଇବା ,ବାନ୍ତି,ଅଣନିଶ୍ୱାସ ଲାଗୁଥିଲା ,ଏହା ସହ ଅନେକ କର୍ମଚାରୀ ଅଚେତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ବୋଲି କହିଛନ୍ତି ଡାକ୍ତର ।

ସୂଚନା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଏହାପରେ ଘଟଣାସ୍ଥଳରେ ପହଞ୍ଚି ଆଇଆଇସି ହାଇଦ୍ରାବାଦ୍ ଓ ପୋଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *