Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ , ମଝି ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ହାତରେ ଲାଗିଲା ସନ୍ଦିଗ୍ଧ ପାରା , ଗୋଡରେ ଲାଗିଛି …

1 min read

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ ଖେଳାଇଲା ସନ୍ଦିଗ୍ଧ ପାରା । ମଝି ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ହାତରେ ଲାଗିଲା ଏଭଳି ଏକ ପାରା ଯାହାର ୨ ଗୋଡରେ ଲାଗିଛି ୨ ଟି ହଳଦିଆ ଟ୍ୟାଗ୍ । ତା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଛି। ଆଉ ଏପରି କାର୍ଯ୍ୟ ଗୁପ୍ତଚରମାନେ କରୁଥିବା ସନ୍ଦେହ କରାଯାଉଛି । କାରଣ ପୂର୍ବରୁ ବାଂଲାଦେଶୀମାନେ କେନ୍ଦ୍ରାପଡାର ସମୁଦ୍ର ବାଟ ଦେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ଏବେ ସନ୍ଦୀଗ୍ଧ ପାରା ପୁରା ଜିଲ୍ଲାରେ ହଇଚଇ ସୃଷ୍ଟି କରିଦେଇଛି । ଯଦି ଏହା ଗୁପ୍ତଚରଙ୍କ କାମ ତେବେ କେଉଁ କାର୍ଯ୍ୟ ପାଇଁ ସେମାନେ ଏପରି କୋଡ୍ ବ୍ୟବହାର କରୁଛନ୍ତି । କାହା ର୍ଟାଗେଟ୍‌ରେ କେନ୍ଦ୍ରାପଡା ? ଏସବୁ ପ୍ରଶ୍ନ କେନ୍ଦ୍ରାପଡା ଜନସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ ମହାକାଳପଡା ଜମ୍ବୁ ଗାଁର ରତନ ଦାସ ନାମକ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ପାରାଟି ଗଭୀର ସମୁଦ୍ରରେ ଉଡ଼ି ଆସି ରତନଙ୍କ ମାଛଧରା ବୋଟରେ ବସିଥିଲା। ରତନ ଏହି ସନ୍ଦିଗ୍ଧ ପାରାଟିକୁ ଧରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।

Advertisement

Leave a Reply

Your email address will not be published. Required fields are marked *