Pratidin TV

Odisha's Digital News Platform

ସ୍ୱାଧୀନତା ଦିବସରେ ଖୋଲିଲା ସ୍ତ୍ରୀ-୨ ର ସସ୍ପେନ୍ସ , ଜାଣନ୍ତୁ କଣ ରହିଛି ପୁରା କାହାଣୀ ?

1 min read

ସ୍ୱାଧୀନତା ଦିବସରେ ଖୋଲିଲା ସ୍ତ୍ରୀ-୨ ର ସସ୍ପେନ୍ସ । କଣ ଅଛି କାହାଣୀ ? ଛଅ ବର୍ଷ ପୂର୍ବେ ୨୦୧୮ ରେ ମୁକ୍ତିଲାଭ କରିଥିଲା ସ୍ତ୍ରୀ । ୨୫ କୋଟି ଟଙ୍କାର ସାମାନ୍ୟ ବଜେଟ୍ ସହିତ ଏହି ଚଳଚ୍ଚିତ୍ରଟି ୧୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅମର କୌଶିକ। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଶ୍ରଦ୍ଧା କପୁର, ଅଭିଷେକ ବାନାର୍ଜୀ, ଆପର୍ଶୀ ଖୁରାନା ଏବଂ ପଙ୍କଜ ତ୍ରିପାଠୀ ନଜର ଆସିଥିଲେ। ବର୍ତ୍ତମାନ ବର୍ଷ ୨୦୨୪ ଏବଂ ସ୍ତ୍ରୀ ୨ ଫେରି ଆସିଛି । ସମାନ ନିର୍ଦ୍ଦେଶକ, ସମାନ ଷ୍ଟାର କାଷ୍ଟ ଏବଂ ଚାନ୍ଦେରୀ ଗାଁରେ ଆତଙ୍କିତ କରୁଥିବା ଚରିତ୍ର ସହିତ । ସ୍ତ୍ରୀ ଯିବାପରେ ଚାନ୍ଦେରୀରେ ଏବେ ନୂଆ ଭୟ ଖେଳାଇଛି କଟାମୁଣ୍ଡ । ଯିଏ ପୁରୁଷଙ୍କୁ ଛାଡି ଗାଁର ଝିଅ ମାନଙ୍କୁ ତା ର୍ଟାଗେଟ୍ କରିଛି । ହେଲେ କାହିଁକି ? ଏଥର ବି ରାଜକୁମାରଙ୍କ ସହ ଶ୍ରଦ୍ଧାଙ୍କ ଜୋଡି କଟାମୁଣ୍ଡର ସତ ସାମ୍ନାକୁ ଆଣିବ । ଆଉ ତା ସହ ଖୋଲିବ ଶ୍ରଦ୍ଧାଙ୍କ ଅତୀତତର ରାଜ୍ ।

କଟାମୁଣ୍ଡର ଅନ୍ତ କିପରି ହେଲା ? ସେ କେଉଁଠୁ ଆସିଥିଲା ? ଆଉ ସ୍ତ୍ରୀ ଡାୟନ କିଭଳିହେଲା ? ଏସବୁ ଉତ୍ତର ସ୍ତ୍ରୀ ୨ ରେ ଖୋଲିବ । କିନ୍ତୁ ଏହି ଫିଲ୍ମରେ କମେଡିର ମଧ୍ୟ ମିଶ୍ରଣ ରହିଛି । ଫିଲ୍ମର ପାଷ୍ଟରେ ଆପଣଙ୍କୁ କାହାଣୀ ଡରେଇବ କିନ୍ତୁ ମଧ୍ୟ ଭାଗରୁ ଆପଣଙ୍କୁ ଏହା ଅଧିକ ରୋମାଞ୍ଚକର ଲାଗିବ । ତେବେ ମଝିରେ ମଝିରେ ଦର୍ଶକଙ୍କୁ ଟ୍ୱିଷ୍ଟ ମଧ୍ୟ ଦେଖିବାକୁ ମିଳିବ । ତେବେ ଆପଣମାନେ ପ୍ରସ୍ତୁତ ରହିବେ କାରଣ ଶେଷରେ ଆପଣଙ୍କୁ ବଡ ବାର୍ତ୍ତା ମଧ୍ୟ ମିଳିବ ।

ସ୍ତ୍ରୀ -୨ ରେ ଅଭିନୟ
ବର୍ତ୍ତମାନ ଅଭିନୟ ବିଷୟରେ କହିବାକୁ ଗଲେ ରାଜକୁମାର ରାଓ ଅର୍ଥାତ୍ ବିକିଙ୍କ ଅଭିନୟ ଆଶ୍ଚର୍ଯ୍ୟଜନକ ଅଟେ । ସେ ବିକିଙ୍କ ଚରିତ୍ରକୁ ଏପରି ଦର୍ଶକଙ୍କ ଆଗରେ ପରିବେଶଣ କରିଛନ୍ତି ଯାହାକୁ ଅନ୍ୟ କେହି କରିପାରିବେ ନାହିଁ । ତା’ପରେ ଅଭିଷେକ ବାନାର୍ଜୀ ଏବଂ ଆପର୍ଶକୀ ମଧ୍ୟ ଭଲ ସମର୍ଥନ ପ୍ରଦାନ କରନ୍ତି । କିନ୍ତୁ ଲୋକଙ୍କୁ ହସାଇବା ପାଇଁ, ବେଳେବେଳେ ସେମାନେ ଟିକିଏ ଅଧିକ ଜୋରରେ କରନ୍ତି । ଶ୍ରଦ୍ଧା କପୁର ମଧ୍ୟ ଫିଲ୍ମରେ ନିଜ ଜି ଜାନ୍ ଲଗାଇଛନ୍ତି । ତାଙ୍କ ବିଷୟରେ ସୃଷ୍ଟି ହୋଇଥିବା ଏକ ପ୍ରକାର ଅଜ୍ଞାତ ଏବଂ ରହସ୍ୟମୟ ଚିତ୍ରକୁ ଶ୍ରଦ୍ଧା କପୁର ପରଦାରେ ଉପସ୍ଥାପନ କରିଛନ୍ତି । ପଙ୍କଜ ତ୍ରିପାଠୀ ଯେଉଁଭଳି ଭାବରେ ସଂଳାପ କହୁଛନ୍ତି ତାହା ମଜାଳିଆ ଅଟେ । ତାଙ୍କର ଗୋଟିଏ ଲାଇନ୍ର୍ ପ୍ରଶଂସକଙ୍କ ହୃଦୟ ଜିତିନେବେ ।

Leave a Reply

Your email address will not be published. Required fields are marked *