Pratidin TV

Odisha's Digital News Platform

ଘରୋଇ ହଷ୍ଟେଲରେ ଷଷ୍ଠ ଶ୍ରେଣୀ ନାବାଳିକା ଝିଅଙ୍କ ସନ୍ଦେହଜନକ ମୃତ୍ୟୁ

1 min read

ଘରୋଇ ହଷ୍ଟେଲ ଭିତରୁ ନାବାଳିକା ଛାତ୍ରୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି | ଏହି ଘଟଣା ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୭ ଗ୍ରାମରେ ଥିବା ଗଣେଶ ହଷ୍ଟେଲରେ ଘଟିଛି | ଏମ୍ପିଭି ୧୩୦ ଗ୍ରାମର ବିଶ୍ଵଜିତ ମଣ୍ଡଳଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏହି ଘରୋଇ ହଷ୍ଟେଲରେ ରହି ଆସୁଥିଲା । ହଷ୍ଟେଲ ପକ୍ଷରୁ ନାବାଳିକା ଝିଅର ପରିବାର ଲୋକଙ୍କୁ ଅସୁସ୍ଥତା ଏବଂ ହସ୍ପିଟାଲ ଭର୍ତ୍ତି ନେଇ ଖବର ଆସିଥିଲା | ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ ।

ତେବେ ସୂଚନା ମୁତାବକ ବିଶ୍ୱଜିତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅର ହଷ୍ଟେଲରେ ଝିଅଟିର ଦେହ ଗୁରୁତ୍ତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିଲେ | କିନ୍ତୁ ଜଜେତେବେଳେ ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ । ତେବେ ଝିଅର ଦେହ ସାରା ଚିହ୍ନ ଥିବା ପରିବାର ଲୋକେ ଦେଖିଥିଲେ | ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରି ଏହାର ଉଚିତ ତଦନ୍ତ କରିବାକୁ ଦାବି କରିଥିଲେ ପରିବାର ଲୋକେ । ଏହାସହ ମୃତ ନାବାଳିକା ଜଣଙ୍କ ପୂର୍ବରୁ ମଧ୍ୟ ହଷ୍ଟେଲରେ ବିଭିନ୍ନ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିବା ସହ ଆଉ ହଷ୍ଟେଲକୁ ଜୀବି ନାହି ବୋଲି କହିଥିବା ମୃତ ନାବାଳିକାର ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ହଷ୍ଟେଲ କର୍ତ୍ତୁପକ୍ଷ କିନ୍ତୁ ଝିଅଟି ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି । । ତେବେ ଏନେଇ ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *