Pratidin TV

Odisha's Digital News Platform

ସନ୍ଦେହଜନକ ଭାବରେ ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ..

1 min read

ଶିମିଳିପାଳରେ ମହାବଳ ବାଘର ହେଲା ମୃତ୍ୟୁ | ଶିମିଳିପାଳ ଜଙ୍ଗଲରେ ଥିବା ଜନବସତି ଅଞ୍ଚଳଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ନଅଣା ସାଉଥ୍ ରେଞ୍ଜ ଦୁଦୁରାଚମ୍ପା ନାଳ ନିକଟରୁ ମହାବଳ ବାଘଟିର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବନ ବିଭାଗ ବରିଷ୍ଠ ଅଧିକାରୀ ସୂଚନା ଅନୁଯାୟୀ ମୃତ ମହାବଳ ବାଘର ବୟସ ସାଢେ଼ ୩ ବର୍ଷ। ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କୁ ଗିରଫ କରିବା ସହ ବହୁତ୍ ଗୁଡ଼ିଏ ଅସ୍ତ୍ର ଶାସ୍ତ୍ର ଜବତ କରିବାରେ ସକ୍ଷମ ହୋଇଥିଲା ବନ ବିଭାଗ ସ୍କ୍ୱାର୍ଡ ଟିମ୍ । କିନ୍ତୁ ଏହା ସତ୍ତ୍ଵେ କେମିତି ଜୀବନ ହାରିଲା ଏହି ମହାବଳ ବାଘ। ଖବର ଅନୁଯାୟୀ ବନ ବିଭାଗର ସ୍କ୍ୱାର୍ଡ ଟିମ୍ ସଠିକ୍ ଭାବରେ ଘନ୍ ଜଙ୍ଗଲର ଜୀବଜନ୍ତୁ ଥିବା ସ୍ଥାନ ଗୁଡ଼ିକରେ ପେଟ୍ରୋଲିଙ୍ଗ ଠିକ ଭାବରେ ହେଇନଥିବା ହେତୁ ଆଜି ଏହି ମହାବଳ ବାଘଟିର ଜୀବନ ଚାଲିଗଲା ବୋଲି ପରିବେଶବିତ୍ ମାନେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତୁ ବାଘଟିର୍ ଦେହରେ କିଛି କ୍ଷତ,କିମ୍ବା ଗୁଳି ମାରିବା ଭଳି ଚିହ୍ନ ବର୍ଣ୍ଣ ନଥିବା ବେଳେ ବାଘଟି କେମିତି ମୃତୁ ବରଣ କଲା ଏହି ସବୁ ଜିନିଷକୁ ଗୁରୁତର ସହ ନେଇ ବନ ବିଭାଗ ତାରା ଆଗକୁ ତଦନ୍ତ ଚଳାଇଛି I ଏନେଇ ଶିମିଳିପାଳ ବ୍ୟାଘ୍ର୍ୟ ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *