Pratidin TV

Odisha's Digital News Platform

କାର ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଏବଂ ସ୍ୱାମୀ ବିକାଶ ଓବରୋଇ..

ଦୁର୍ଘଟଣାର ଶିକାର ହେଲେ ବଲିଉଡର ଅଭିନେତ୍ରୀ । ବିଦେଶରେ ଥିବା ତାଭ୍‌କସହ ଘଟିଲା ଦୁର୍ଘଟଣା । କାରରେ ଯାଉଥିବା ବେଳେ ସାମ୍ନା ପଟୁ ଧକ୍କା ଦେଲା ଅନ୍ୟ ଏକ କାର । ତେବେ ଅଳ୍ପକେ ବର୍ତ୍ତିକଲା ଅଭିନେତ୍ରୀଙ୍କ ଜୀବନ । ଶାହାରୁଖ ଖାନଙ୍କ ଫିଲ୍ମ ‘ସ୍ୱଦେଶ’ ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଇଟାଲୀରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗାୟତ୍ରୀ ତାଙ୍କ ସ୍ୱାମୀ ବିକାଶ ଓବରୋଇଙ୍କ ସହ ଲମ୍ବୋର୍ଗିନି କାରରେ ଯାତ୍ରା କରୁଥିଲେ । ଦୁହେଁ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । କିନ୍ତୁ ସେମାନଙ୍କ ସହ ମୁହାଁମୁହିଁ ହୋଇଥିବା ଫରାରୀ କାରରେ ଯାତ୍ରା କରୁଥିବା ଜଣେ ସ୍ୱିସ୍ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାରେ ବୁଝି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ମିଳିଥିବା ସୂଚନା ମୁତାବକ ଯେ ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଏବଂ ତାଙ୍କ ସ୍ୱାମୀ ବିକାଶ ଓବରୋଇ ଏକ ବିଳାସପୂର୍ଣ୍ଣ କାର ଦୌଡ ପ୍ରତିଯୋଗିତା଼ରେ ଭାଗ ନେଇଥିଲେ । ଘଟଣା ସମୟରେ ତାଙ୍କ ଲମ୍ବୋର୍ଗିନି କାର ପଛରେ ଅନ୍ୟାନ୍ୟ ଗାଡି ଗୁଡିକ ମଧ୍ୟ ଆସୁଥିଲା । ଏହି ସମୟରେ ଏକ ମିନି ଟ୍ରକକୁ ଅତିକ୍ରମ କରୁଥିବା ବେଳେ ତାଙ୍କ କାର ଫରେରୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଫେରେରୀ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇ ମିନି ଟ୍ରକ୍ ଓଲଟି ପଡିଥିଲା । ଟ୍ରକଟି ଓଲଟି ପଡ଼ିବା ମାତ୍ରେ ଫରାରୀରେ ନିଆଁ ଲାଗି ଯାଇଥିଲା ।

ତେବେ ଦୁର୍ଘଟଣାଟି ଇଟାଲୀର ସର୍ଦ୍ଦାରିଆ ଅଞ୍ଚଳରେ ଘଟିଛି । ଗାୟତ୍ରୀ ଯୋଶୀ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଏବଂ ବଲିଉଡରୁ ଦୂରଇ ରହିଛନ୍ତି । ଓବରୋଇ ନିର୍ମାଣର ପରିଚାଳନା ନିର୍ଦ୍ଦେଶକ ବିକାଶ ଓବରୋଇଙ୍କୁ ବିବାହ କରିବା ପରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେଉଛନ୍ତି । ଓବରୋଇ ନିର୍ମାଣର ନାମ ଭାରତର ବଡ ରିଏଲ୍ ଇଷ୍ଟେଟ୍ କମ୍ପାନୀରେ ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *