ଆଉ ନାହାନ୍ତି ବିଶିଷ୍ଟ ଆଧ୍ୟାତ୍ମକ ଗୁରୁ ‘ସ୍ୱାମୀ ଅସିମାନନ୍ଦ ସରସ୍ୱତୀ’
1 min readକଟକ : ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ଵତୀ ମହାରାଜ ଙ୍କ ପରଲୋକ । କଟକ ଚହଟା ସ୍ଥିତ ରାମମନ୍ଦିର ପରିସରରେ ଆଜି ଭୋର ସମୟରେ ୮୮ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ପରଲୋକ ଘଟିଥିବା ସୂଚନା ମିଳୁଛି ।
ସେ ଏକାଧାରରେ ଜଣେ ଆଧ୍ୟାତ୍ମିକ ଗୁରୁ ଓ ସମାଜ ସଂସ୍କାରକ ଥିଲେ । ସ୍ବାମୀ ନିଗମାନନ୍ଦ ସରସ୍ବତୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଶଙ୍କରାଚାର୍ଯ୍ୟଙ୍କ ଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ । ବିଶ୍ବ ହିନ୍ଦୁ ପରିଷଦ ର ଜଣେ ମାର୍ଗଦର୍ଶକ ସହ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।
ତାଙ୍କ ସଂପାଦନାରେ ଏକ ଲୋକପ୍ରିୟ ଧାର୍ମିକ ପତ୍ରିକା ‘ଅସୀମାଲୋକ’ ମଧ୍ୟ ପ୍ରକାଶିତ ହେଉଥିଲା। ଏହାଛଡ଼ା ସେ ବହୁ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।