Pratidin TV

Odisha's Digital News Platform

(ଭିଡିଓ) ସ୍ୱରାଜଙ୍କ ମନ ଭାଙ୍ଗିଦେଲା ମନୋଜଙ୍କ ମାଇଣ୍ଡ ଗେମ୍‌..

ଥମୁନି ଓଲିଉଡ କଳି । ଧୀରେ ଧୀରେ ବଢି ଏବେ ଓଡିଆରେ ଆସିବାକୁ ଥିବା ନୂଆ ଫିଲ୍ମକୁ କ୍ଷତି ପହଞ୍ଚାଉଛି । ଏଇ ଯେପରି ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମରେ ଫସିଗଲେ ଅଭିନେତା ସ୍ୱରାଜ ବାରିକ । କାରଣ ସ୍ୱରାଜଙ୍କ ଅଭିନୀତ ଫିଲ୍ମ ପ୍ରଥା ଗତକାଲି ସାରା ଓଡିଶାରେ ମୁକ୍ତି ଲାଭ କରିଛି । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଝାରସୁଗୁଡାରେ ଏହାକୁ କରାଯାଇଛି ବିରୋଧ । ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସ ରେ ଲାଗିଥିବା ପ୍ରଥା ଫିଲ୍ମର ପୋଷ୍ଟର ଚିରିଲେ କୋଶଲ ସେନା । ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରମିୟର ଶୋ ଲଂଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବେନର ଚିରି ଦେଇଥିଲେ । ଯେଉଁଠି ମନୋଜଙ୍କ ଫିଲ୍ମକୁ ସମସ୍ତେ ଭଲ ପାଇବା ଦେଲେ ସେଠି ପ୍ରଥା ଫିଲ୍ମକୁ ଝାରସୁଗୁଡାରେ ଚଲାଇ ଦେଲେ ନାହିଁ । ଆଉ ଏହି ଯେଉଁ ଫିଲ୍ମ ପ୍ରଥା କଥା କୁହାଯାଉଛି ସେହି ଫିଲ୍ମର ମୁଖ୍ୟ ନାୟକ ହେଉନ୍ତି ସ୍ୱରାଜ ବାରିକ ।ଆଉ ସିଏ ବାରିପଦା ମୟୂରଭଂଜର ପୁଅ । ଉତ୍ତର ଓଡିଶାର ପୁଅ ହୋଇ ବି ଉତ୍ତର ଓଡିଶାର ଲୋକମାନେ ମନୋଜ ମିଶ୍ରଙ୍କ ଫିଲ୍ମ ମାଇଣ୍ଡ ଗେମ୍‌କୁ ଖୁବ ଭଲ ପାଇବା ଦେଇଥିଲେ । କିନ୍ତୁ ଝାରସୁଗୁଡାରେ ସ୍ୱରାଜଙ୍କ ପାଇଁ କେହି କଲେନି ସମର୍ଥନ ।

Leave a Reply

Your email address will not be published. Required fields are marked *