ଡିଜେ ବଜାଇ ସ୍ୱରସ୍ବତୀ ପୂଜା ଭସାଣି କଲେ , ହେଲେ ଠାକୁରଙ୍କୁ ଅଧା ରାସ୍ତାରେ ଛାଡ଼ି ପଳାଇଲେ ।
1 min readଠାକୁର ପୂଜା ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ଫ୍ୟାସନ ପାଲଟି ଗଲାଣି। ଠାକୁର ଭସାଣି ପାଇଁ ଡିଜେ ସହିତ ନାଚ ଏବଂ ବାଣ ରୋଷଣୀର ଟ୍ରେଣ୍ଡ ଚାଲିଛି । ଶୋଭାଯାତ୍ରା ଗାଁ ପରିକ୍ରମା କଲା, ନାଚ ରେ ମସଗୁଲ ହୋଇଗଲେ ସାରା ଗାଁର ଯୁବକ ଶେଷରେ ଆସି ଭୋଜି ଭାତ ର ଆସର ଜମିଲା ହେଲେ ଯାହାଙ୍କ ପାଇଁ ଏତେ କଥା ତାଙ୍କୁ ନଦୀ କିମ୍ବା ପୁଷ୍କରଣୀରେ ବିସର୍ଜନ କରିବାକୁ ଭୁଲିଗଲେ ରାତି ଯାଇ ପୁଣି ରାତି ହେଲେ ହେଲେ ଅନ୍ଧାର କିଟିମିତି ରାସ୍ତା କଡରେ ସେମିତି ଠିଆ ହୋଇରହିଲା ଦେବୀଙ୍କ ମୃର୍ତ୍ତି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲିର ବିଜ୍ଞାପିତ ଅଞ୍ଚଳ ପରିଷଦ ମଝି ଗାଁରେ ।
ପ୍ରତିବର୍ଷ ପରି ଚଳିତ ବର୍ଷ ଗାଁର ଯୁବକ ଧୁମ ଧାମରେ ପାଳନ କଲେ ସ୍ୱରସ୍ବତୀ ପୂଜା। ତିନି ଦିନ ଧରି ପୂଜାରେ ଉତ୍ସାବ ମୁଖର ଗାଁ ପରିବେଶ. ମାତ୍ର ଭସାଣି ପାଇଁ ସମସ୍ତ ଯୋଜନା ହେଲେ । ମାତ୍ର ଭସାଣି ବଦଳରେ ଯୁବ ପିଡି ଡିଜେ ଲଗାଇ ନାଚି ଭୋଜି ଭାତ ମଦରେ ମସଗୁଲ ରହିଲେ ହେଲେ ଦେବୀଙ୍କୁ ବିସର୍ଜନ କରିବାକୁ ଭୁଲିଗଲେ ।