ସ୍ୱାତୀ ମାଲିୱାଲ ମାମଲା; ଏବେ ଦିଲ୍ଲୀ ପୋଲିସ ମୋ ବୃଦ୍ଧ ବାପାମାଙ୍କୁ ପଚରାଉଚୁରା କରିବ-କେଜ୍ରିୱାଲ
1 min readସ୍ୱାତୀ ମାଲିୱାଲ ମାମଲାରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ | ଏହି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି କହିଛନ୍ତି କେଜ୍ରିୱାଲ | ଏହି ପରି ପରସ୍ଥିତିରେ ୨ ପକ୍ଷର ବୟାନ ଶୁଣି ପୋଲିସ କୌଣସି ସସିଦ୍ଧାନ୍ତରେ ପହଞ୍ଚିବା ଉଚିତ | ତେବେ ଆଜି ଆପର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚି କେଜ୍ରିୱାଲଙ୍କ ବାପାମାଙ୍କୁ ପଚରାଉଚୁରା କରିବ ପୋଲିସ |
ତେବେ ସୂଚନା ଅନୁସାରେ ଗତ ୧୩ ତାରିଖ ଦିନ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ | ସେଠାରେ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ତାଙ୍କୁ ଆକ୍ରମଣ କରିଥିବା ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ। ଏହାପରେ ଯାଞ୍ଚ ପରେ ବୈଭବଙ୍କୁଗିରଫ କରାଯାଇଥିଲା |
ତେବେ କେଜ୍ରିୱାଲଙ୍କ ବାପାମାଙ୍କୁ ପଚାରିବାର କାରଣ ହେଉଛି, ଘଟଣା ସମୟରେ ବାସଭବନରେ କେଜ୍ରିୱାଲଙ୍କ ବାପାମା ଉପସ୍ଥିତ ଥିଲେ | ତାଙ୍କୁ ପଚାରି ତଥ୍ୟ ମିଳିବା ପରେ ଯାଞ୍ଚ ଆଗକୁ ବଢ଼ିପାରିବ | କେଜ୍ରିୱାଲ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ, ଏବେ ଦିଲ୍ଲୀ ପୋଲିସ ମୋ ବୃଦ୍ଧ ବାପାମାଙ୍କୁ ପଚରାଉଚୁରା କରିବ |
ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ ଅନୁସାରେ ୧୩ ତାରିଖରେ ସେ ସିଏମ୍ ହାଉସ୍ ଯାଇଥିବା ବେଳେ କେଜ୍ରିୱାଲଙ୍କ ମାତାପିତା ଓ ପତ୍ନୀ ବ୍ରେକଫାଷ୍ଟ କରୁଥିଲେ। ସେମାନଙ୍କୁ ଅଭିବାଦନ ଜଣାଇବା ପରେ ସ୍ୱାତୀ ଡାଇନିଂ ହଲ୍ ଯାଇଥିଲେ। ସେଠାରେ ବୈଭବ କୁମାରଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିବା ବେଳେ ସେ ତାଙ୍କୁ ମାରଧର କରିଥିଲେ ବୋଲି ପୁଲିସ୍ ସମ୍ମୁଖରେ କହିଥିଲେ।