Pratidin TV

Odisha's Digital News Platform

ସ୍ୱାତୀ ମାଲିୱାଲଙ୍କୁ ଦିଲ୍ଲୀ CM ଭବନରେ ମାଡ ମାରିବା ଘଟଣା , ମେଡିକାଲ ଯାଞ୍ଚ ପରେ ପୋଲିସ କଲା FIR ପଞ୍ଜିକରଣ……

1 min read

ଅରବିନ୍ଦ କେଜ୍ରିୱାଲ ଙ୍କ ପିଏ ବିଭବ କୁମାରଙ୍କ ନାଁରେ ସାଘାତିକ ଅଭିଯୋଗ । ଇଇଚ ରାଜ୍ୟସଭା ସାଂସଦ ସ୍ୱାତୀ ମାଲୱାଲ ଆଣିଲେ ଏଭଳି କିଛି ସଙ୍ଗୀତ ଅବିଯୋଗ । ସୋମବାର, ଡିସିପି ମନୋଜ କୁମାର ମୀନା କହିଛନ୍ତି ଯେ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ସକାଳ ୯: ୩୪ ରେ ଏକ PCR କଲ ଆସିଥିଲା, ଯେଉଁଥିରେ ସିଏମ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ପିଏସ ବିଭବ କୁମାର ସ୍ୱାତୀଙ୍କ ଉପରକୁ ଆକ୍ରମଣ କରିଥିବା ସ୍ୱାତୀ ଫୋନରେ କହିଥିଲେ। ଯାଞ୍ଚ ପାଇଁ ତୁରନ୍ତ ପିସିଆର ଫଠାଯାଇଥିଲା କିନ୍ତୁ ସିଏମ୍ ହାଉସ୍ ଭିତରକୁ ପସିବାକୁ ଅନୁମତି ମିଳିନଥିଲା ।

ଏହାପରେ ସ୍ୱାତୀ ନିଜେ ଦିଲ୍ଲୀ ପୋଲସରେ ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ AAP ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଗତକାଲି ରାତିରେ AIIMS ରେ ପରୀକ୍ଷା କରାଯାଇଥିଲା । ଗରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ ଏହି ଆକ୍ରମଣ ଘଟଣାରେ ଏଫ୍ଆଇଆର୍ ପଞ୍ଜିକରଣ କରି ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ AIIMS କୁ ନେଇଥିଲା। ସ୍ୱାମୀ ମାଲିୱାଲ ତାଙ୍କ ଅଭିଯୋଗରେ ଅଭିଯୋଗ କରିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଡ୍ରଇଂ ରୁମରେ ଅପେକ୍ଷା କରିଥିବାବେଳେ ତାଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଆସିଥିଲେ ଏବଂ କୌଣସି ଉତ୍ତେଜନା ବିନା ତାଙ୍କୁ ଚାପୁଡ଼ା ମାରିବା ସହ ପେଟରେ ମଧ୍ୟ ଆଘାତ କରିଥିଲେ। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଚନ୍ଦ୍ରୱାଲ ନାଗର ଅଭିଯୁକ୍ତ ବିଭବ କୁମାରଙ୍କ ଘରକୁ ଯାଇଥିଲା। କିନ୍ତୁ ସେ ଗରକୁ ଗାୟବ ହୋଇଯାଇଥିଲେ । କ୍ରାଇମ ବ୍ରାଞ୍ଚ ଏବଂ ସ୍ପେଶାଲ ଦଳ ବର୍ତ୍ତମାନ ବିଭବଙ୍କୁ ଖୋଜିବାରେ ଲାଗିଛି ।

Advertisement

ସ୍ୱାତୀଙ୍କ ଅଭିଯୋଗ – ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ରେକର୍ଡ କରିଥିବା ଇଇଚ ସାଂସଦ ତାଙ୍କ ବିବୃତ୍ତିରେ କହିଛନ୍ତି, \”ମୁଁ ଡ୍ରଇଂ ରୁମ୍ ଭିତରକୁ ପ୍ରବେଶ କଲି ଏବଂ ସେଠାରେ ଅପେକ୍ଷା କରିଥିଲି ସେ ମୋତେ ଅଟକାଇବାକୁ ଦେଲେ, କିନ୍ତୁ ସେ ମୋତେ ପିଟିଲେ। ”

ସ୍ୱାତୀ ମାଲିୱାଲ ଏହି ବିବୃତ୍ତିରେ କହିଛନ୍ତି ଯେ ସେ ମୋତେ ଦେଖିନେବେ କଥା କହି ଧମକ ଦେଇଥିଲେ। ସେ ମୋ ଛାତି, ମୁହଁ, ପେଟ ଏବଂ ଶରୀରର ତଳ ଭାଗରେ ଆଘାତ କରିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୁଁ ଋତୁଶ୍ରାବରେ ଅଛି ମୋତେ ଅନେକ ଯନ୍ତ୍ରଣା ହେଉଛି । ଏହା କହି ମୁଁ ସେଠାରେତାଙ୍କୁ ଚମକା ଦେଇ ଖସିବାରେ ସଫଳ ହେଲି ଆଉ ତୁରନ୍ତ ପୋଲିସକୁ ଫୋନ କଲି।

Leave a Reply

Your email address will not be published. Required fields are marked *