Pratidin TV

Odisha's Digital News Platform

ଅଳିଆ ଆମଦାନୀ କରି ବିଦ୍ୟୁତ ଉତ୍ପାଦନ କରୁଛି ସ୍ୱିଡେନ୍

ଅଳିଆରୁ ଉତ୍ପାଦନ କରଯାଉଛି ବିଜୁଳି | ବିଜୁଳି ପାଇଁ ଏବେ କିଣାଯାଉଛି ଅଳିଆବର୍ଜନା | ତେବେ ଅଳିଆବର୍ଜନା ମୁକ୍ତ ପାଇଁ ଭାରତ ଏବେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି | ଯାହା ବର୍ତ୍ତମାନ ୧0 ବର୍ଷ ପୁରିସାରିଲାଣି | ଏହାରି ଭିତରେ ଭାରତ କେତେ ସଫା ହୋଇଛି ତାହା ସମସ୍ତେ ଜାଣନ୍ତି |

ଅଳିଆକୁକ ଭାରତରେ କେବଳ ଅଳିଆ ବୋଲି କୁହାଯାଏ | ଅଳିଆରୁ ଅର୍ଥ ଉପାର୍ଜନ ହୋଇପାରେ ଏହା କାହାକୁ ଜଣାନଥିବ | ଏଣୁ ଭାରତ ଅଳିଆବର୍ଜନରେ ଭର୍ତ୍ତି | ତେବେ ଅଳିଆ କେତେ କାମର ତାହା ସ୍ଵିଡେନର ଉଦାହରଣ ନେଲେ ଜଣାପଡିବ | ସ୍ଵିଡେନରେ ସଫେଇ ଏତେ ଦମଦାର ଯେ ସେଠାରେ ଅଳିଆ ଖୋଜିଲେ ମଧ୍ୟ ମିଳୁନାହିଁ | ଅଳିଆ ନମିଳିବାରୁ ସ୍ଵିଡେନରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଗୁଡିକ ବନ୍ଦ ହେବ ପରିସ୍ଥିତ ଆସିଯାଇଛି | କାରଣ ସ୍ୱିଡ଼େନ ବିଦ୍ୟୁତ ଅଳିଆ ଉତ୍ପାଦନ ପାଇଁ ଏନର୍ଜି ପ୍ଲାଣ୍ଟ ସ୍ଥାପନ କରିଥିଲା | ତେବେ ଅଳିଆ ନ ମିଳିବାରୁ ସେହି ସବୁ ପ୍ଲାଣ୍ଟ ବନ୍ଦ ହେବାକୁ ବସିଲାଣି | ଏହି ସମୟରେ ସ୍ୱିଡ଼େନ ସରକାର ନରୱେକୁ ସାହାଯ୍ୟ ମାଗିଛନ୍ତି | ତେବେ ନରୱେ ତାଙ୍କୁ ସାହାଯ୍ୟ ଦେଇ ସ୍ୱିଡ଼େନକୁ ଅଳିଆ ଦେଇଛନ୍ତି | କିନ୍ତୁ ମାଗଣାରେ ନୁହେଁ ଏହା ପାଇଁ ନେଇଛନ୍ତି ଅର୍ଥ |

Leave a Reply

Your email address will not be published. Required fields are marked *