Pratidin TV

Odisha's Digital News Platform

ସପ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା ମାମଲା : କାହିଁକି କରିଥିଲେ ୨ଲକ୍ଷ ୩୦ ହଜାର ଲୋନ୍ ଶେତ୍ୱା

ଭୁବନେଶ୍ୱର : ନିକଟରେ ସପ୍ଟୱେୟାର ଇଞ୍ଜିନିୟର ଶେତ୍ୱାଙ୍କ ଆତ୍ମହତ୍ୟା ଉପରୁ ପରଦା ଉଠିପାରୁନଥିଲେ । ଅନ୍ୟପଟେ ଗୋଟେ ପରେ ଗୋଟେ ବଢିଚାଲିଛି ସସ୍‌ପେନ୍ସ । ଶେତ୍ୱା ଜଣେ ଭଲ ସପ୍ଟୱେୟାର ଇଞ୍ଜିନିୟର ଭାବେ ଏକ ନାମିଦାମୀ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହା ସହ ତାଙ୍କ ପରିବାର ମଧ୍ୟ ଆରାମରେ ନିଜ ଜୀବନ ବିତାଉଥିଲେ । ବାପା ଭାଇ ଓ ଶେତ୍ୱା ଉଭୟ ଚାକିରିଆ । ପୁଣି ଏମିତି ସେମିତି ଚାକିରି ନୁହେଁ । ୩ ଜଣ ନିଜ ଚାକିରୀରୁ ବେଶ୍ ମୋଟା ଅଙ୍କର ଦରମା ମଧ୍ୟ ପାଉଥିଲେ ।

ଭୁବନେଶ୍ୱର ଉପରେ ଶ୍ୱେତା ବେଶ୍ ଅୟସ ଆରାମ ରେ ଜୀବନ ଅତିବାହିତ କରୁଥିଲେ ନିଜ ଦରମା ଟଙ୍କାରେ । କିନ୍ତୁ ଶେତ୍ୱାଙ୍କ ମୃତ୍ୟୁ ପରେ ବ୍ୟାଙ୍କ ରୁ ଏକ ଏଭଳି ଷ୍ଟେଟ୍ ମେଣ୍ଟ ଆସିଛି ଯାହା ତାଙ୍କ ପରିବାର ଲୋକଙ୍କ ହୋଶ୍ ଉଡାଇଦେଇଛି । ବ୍ୟାଙ୍କ ଷ୍ଟେଟମେଣ୍ଟ ଅନୁଯାୟୀ ଶେତ୍ୱା ମୃତ୍ୟୁ ପୂର୍ବରୁ ୨ଲକ୍ଷ ୩୦ ହଜାର ଟଙ୍କା ଲୋନ ଆଣିଥିଲେ । ତେବେ ନିଜର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ଥାଇ ମଧ୍ୟ ସେ ଏତେ ମୋଟା ଅଙ୍କର ଲୋନ କାହିଂକି କରିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଏସବୁ ଟଙ୍କା ସେ ସୌମ୍ୟଜିତକୁ ଲୋନ କରି ଦେଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।


ସେହିଭଳି ଅନ୍ୟପଟେ ସୌମ୍ୟଜିତ ମା ଓ ଶ୍ୱେତାଙ୍କ କିଛି ଚାଟ୍ କୁ ସାର୍ବଜନୀନ କରିଛି ପୋଲିସ । ଯେଉଁଥିରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଶ୍ୱେତା ଟଙ୍କା ଦେଇଥିବା କଥା ସ୍ପଷ୍ଟ ହେଉଛି । ଯେଉଁ ସମୟରେ ସୌମ୍ୟଜିତ ଚାକିରୀ ଛାଡିଦେଇଥିଲେ ଠିକ୍ ସେହିସମୟରେ ହିଁ ଶ୍ୱେତା ଲୋନ୍ କରିଥିବା ସୂଚନା ମିଳୁଛି । ତେବେ ସାର୍ବଜନୀନ କରାଯାଇଥିବା ଚାଟ୍‌ରେ ଶ୍ୱେତା ସୌମ୍ୟଜିତଙ୍କ ମାଙ୍କ ନଂ କୁ ‘ଜିତ୍ ମମା’ ନା ରେ ସେଭ୍ କରିଥିଲେ । ଏଥିରେ ସେ କହିଛନ୍ତି ଯେ ସୌମ୍ୟ ମୋଠୁ ବହୁତ ପଇସା ନେଇଛି । ଏବେ ଫେରାଇବା ବେଳ ଆସିଲାକୁ ସେ ଗେମ୍ ଖେଳୁଛି । ଆପଣ କିଛି ସେଟେଲମେଣ୍ଟ କରି ମୋ ପଇସା ଫେରାଇ ଦିଅନ୍ତୁ ।


ଏସବୁ ପ୍ରମାଣ ଥିବା ସତ୍ୱେ ମଧ୍ୟ ପୋଲିସ ସୌମ୍ୟଜିତଙ୍କୁ କାହିଁକି ଗିରଫ କରୁନାହିଁ ତାହା ଏକ ବଡ ପ୍ରଶ୍ୱବାଚୀ ହୋଇ ଠିଆ ହୋଇଛି ସମସ୍ତଙ୍କ ଆଗରେ । ତେବେ ପୋଲିସ ଏହି କେସ୍ ରେ ଖାମଖିଅଲି କରୁଛି ଭାବି ଶ୍ୱେତାଙ୍କ ପରିବାର ଡିସିପିଙ୍କୁ ଭେଟିଥିଲେ । ତେବେ ଆଗକୁ ଡିସିପି ଏହି ମାମଲାରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *