Pratidin TV

Odisha's Digital News Platform

(ଭିଡିଓ) ସପ୍ଟୱେୟାର ଇଂଜିନିୟର ଶ୍ଵେତା ମୃତ୍ୟୁ ମାମଲା ; ଦୀର୍ଘ ୬ ମାସ ପରେ ବୟଫ୍ରେଣ୍ଡ ସୌମ୍ୟଜିତକୁ ଗିରଫ୍ କଲା ପୋଲିସ …

ଭୁବନେଶ୍ୱର : ଦୀର୍ଘ ୬ ମାସ ପରେ ସପ୍ଟୱେୟାର ଇଂଜିନିୟର ଶ୍ଵେତା ମୃତ୍ୟୁ ମାମଲାରେ ତତ୍ପରତା ଦେଖାଇଛି କମିଶନରେଟ୍ ପୋଲିସ । ଆଜି ସକାଳୁ ସକାଳୁ ବୟଫ୍ରେଣ୍ଡ ସୌମ୍ୟରଞ୍ଜନକୁ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍।

ସୂଚନାଯୋଗ୍ୟ ଯେ ଆଜି ସକାଳ ଭୋର ୪ ଟାରେ ସୌମ୍ୟଜିତକୁ ବଂଶୀଧର ନଗରସ୍ଥିତ ନିଜ ଘରେ ଥିବା ବେଳେ ସେଠାରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଥାନାର ୫ ଜଣିଆ ପୁଲିସ୍ ଟିମ୍ । ସେଠାରୁ ସୌମ୍ୟଜିତଙ୍କୁ ଗିରଫ କରି ପୁଲିସ୍ ବରେଇପାଲ୍ଲୀ ଥାନାକୁ ନେଇଥିଲା। ସେଠାରେ ଔପଚାରିକତା ସାରିବା ପରେ ସୌମ୍ୟଜିତଙ୍କୁ ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ଅଣାଯାଉଛି।

ଗତ ବର୍ଷ ଅଗଷ୍ଟ ମାସରେ ହଠାତ୍ ଶ୍ୱେତାଙ୍କ ମୃତ୍ୟୁ ଖବର ଘର ଲୋକଙ୍କ ପାଦତଳୁ ମାଟି ଖସାଇଦେଇଥିଲା ।ବଡ କମ୍ପାନୀ ଚାକିରୀ ସହ ମୋଟା ରକମର ଦରମା ପାଇଁ ବିନଦାସ୍ ବଞ୍ଚିଥିବା ଝିଅ କାହିଁକି ଆତ୍ମହତ୍ୟା କଲା ? କଣ ଥିଲା ତା ପଛର କାରଣ ? ଶ୍ୱେତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ନାରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ପରେ ପରେ ଶ୍ୱେତାଙ୍କ ଫୋନ ରୁ ଭାଇରାଲ ହୋଇଥିଲା ଅନେକ ଅଡିଓ ସହ ସୌମ୍ୟଜିତ ଓ ଶ୍ୱେତାର ଫଟୋ । ବ୍ୟାଙ୍କ ଡିଟେଲ୍ସ , ଗୁଡାଏ ମେସେଜ୍ ଯାହା ସବୁ ସୌମ୍ୟଜକିତଙ୍କୁ ଶ୍ୱେତା ମୃତ୍ୟୁ ପାଇଁ ଦାୟି କରୁଥିଲା । ମୃତ୍ୟ ପୂର୍ବରୁ ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ । ହେଲେ ଏହାର ଟେର୍ ପାଇପାରି ନ ଥିଲେ ଶ୍ୱେତାଙ୍କ ପରିବାର ଲୋକେ । ତେବେ ଏତେ ଟଙ୍କା ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦେଇଥିବା ସେମାନେ ପୁଲିସ୍ ସମ୍ମୁଖରେ କହିଥିଲେ। ତେଣୁ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ଏହାପରେ ସୌମ୍ୟଜିତ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି। ଶ୍ୱେତା ମୃତ୍ୟୁର ୬ ମାସ ପରେ ବନ୍ଧା ହୋଇଛନ୍ତି ସୌମ୍ୟଜିତ।

ତେବେ ଏସବୁ ଭିତରେ ଶ୍ୱେତାଙ୍କ ମୃତ୍ୟୁକୁ ଦୀର୍ଘ ୬ ମାସ ପୁରିଥିବା ବେଳେ ଆଜି ହଠାତ୍ କମିଶନରେଟ୍ ପୋଲିସର ଏଭଳି ପଦକ୍ଷେପକୁ ସମାଲୋଚନା କରୁଛନ୍ତି ରାଜ୍ୟବାସୀ ।

Leave a Reply

Your email address will not be published. Required fields are marked *