Pratidin TV

Odisha's Digital News Platform

ଟ୍ରେନ ଭିତରେ ମିଲିବ ମନ ପସନ୍ଦର ଖାଇବା , ଏହି ୪ ଷ୍ଟେସନରେ ଫୁଡ୍ ଡେଲିଭରୀ କରିବ ସ୍ୱିଗି..

1 min read

ଟ୍ରେନରେ ଦୁରସ୍ଥାନକୁ ଯାତ୍ରା କଲେ , ଖାଦ୍ୟପେୟରେ ବହୁତ ହଇରାଣ ହେବାକୁ ପଡିଥାଏ । ଯେଉଁଥିପାଇଁ ଯାତ୍ରୀ ମାନେ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ହେଲେ ଏବେ ଅର୍ଡର କରିବା ମାତ୍ରେ ମିଳିବ ମନପସନ୍ଦର ଖାଇବା । କାରଣ ଆଇଆରସିଟିସି ପକ୍ଷରୁ ସ୍ୱିଗି ସହ ବୁଝାମଣା ହୋଇଛି । ଯାହାଫଳରେ ଏଣିକି ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀଙ୍କ ଦ୍ୱାରା ବୁକ୍ ହେଉଥିବା ପ୍ରି-ଅର୍ଡର ଖାଦ୍ୟ ବିତରଣରେ ସ୍ୱିଗି ମଧ୍ୟ ସାମିଲ ହୋଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱିଗି ୪ଟି ରେଳ ଷ୍ଟେସନରେ ଉପଲବ୍ଧ ହେବ । ଏହାମଧ୍ୟରେ ରହିଛି ବେଙ୍ଗାଲୁରୁ, ଭୁବନେଶ୍ୱର, ବିଜୟୱାଡା ଏବଂ ବିଶାଖାପାଟନମ୍ । ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ବିତରଣ ସଫଳ ହେବା ପରେ ଏହି ସେବାଗୁଡିକ ଅନ୍ୟ ଷ୍ଟେସନରେ ମଧ୍ୟ ଉପଲବ୍ଧ କରାଯିବ । ବୁଣ୍ଡଲ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍‌’ ମାଧ୍ୟମରେ ଇ-କ୍ୟାଟରିଂ ସେବା ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ବୋଲି କମ୍ପାନୀ ଗୁରୁବାର ସୂଚନା ଦେଇଛି । ବର୍ତ୍ତମାନ ଯାତ୍ରୀମାନେ ସହଜରେ ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ସହଜରେ ସ୍ୱିଗିରେ ଅର୍ଡର କରିପାରିବେ ।

Leave a Reply

Your email address will not be published. Required fields are marked *