ଇଞ୍ଜିନିୟରିଂ ପଢୁ ପଢୁ କେମିତି ବନିଗଲେ ସ୍ୱିଗୀ କମ୍ପାନୀର ମାଲିକ ,ଜାଣନ୍ତୁ ତିନି ବନ୍ଧୁଙ୍କର ସଫଳତାର କାହାଣୀ…
1 min readଦୁଇ ବନ୍ଧୁ ନନ୍ଦନ ରେଡି ଓ ଶ୍ରୀହର୍ଷ ମଜେଟି ବିଟସ ପିଲାନୀ ରେ ପାଠ ପଢୁଥିଲେ, ଶ୍ରୀହର୍ଷ ଙ୍କ ର ଲଣ୍ଡନ ର ଗୋଟିଏ ବ୍ୟାଙ୍କ ରେ ଚାକିରୀ ହୋଇଗଲା, ୩ବର୍ଷ ସେଠାରେ ରହିଲେ ମଧ୍ୟ ନିଜର ଷ୍ଟାର୍ଟ ଅପ କରିବାର ଚିନ୍ତା ସବୁବେଳେ ତାଙ୍କ ମନରେ ରହୁଥିଲା l କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଣ୍ଡନ ରେ ରହିପାରିଲେ ନାହିଁ ଏବଂ ଭାରତ ଫେରି ଆସିଲେ l ଏବଂ ଶ୍ରୀହର୍ଷ ଙ୍କ ସହିତ ମିଶି ବ୍ୟବସାୟ କରିବାକୁ ଚିନ୍ତା କଲେ l ଆରମ୍ଭ ରେ ଉଭୟ ଲଜିସ୍ଟିକ ବ୍ୟବସାୟ ଆରମ୍ଭ କରିଥିଲେ l କିନ୍ତୁ ତାହା ଦୀର୍ଘଦିନ ଚାଲିଲା ନାହିଁ ଏବଂ ସେଥିରେ ଅନେକ ଅର୍ଥ ବ୍ୟୟ ହେଲା l ତେଣୁ ଉଭୟ ଆଉ କିଛି କରିବାକୁ ଚିନ୍ତାରେ ଥିବା ସମୟରେ ତାଙ୍କର ସାକ୍ଷାତ IIT ଗ୍ରାଜୁଏଟ ରାହୁଲ ଯେମିନି ଙ୍କ ସହିତ ହେଲା, ରାହୁଲ ଇ-କମର୍ସ ସାଇଡ Myntra ରେ କାର୍ଯ୍ୟରତ ଥିଲେ l
ରାହୁଲ ଙ୍କୁ ଉଭୟ ନିଜର ଷ୍ଟାର୍ଟ ଅଫ ପ୍ଲାନ ବିଷୟରେ କହିଲେ l ଏହାପରେ ତିନିଜଣ ମିଶି କିଛି ନୂଆ ଆଇଡ଼ିଆ ଖୋଜିଲେ lଅନେକ ଚିନ୍ତା କରିବା ପରେ ୩ବନ୍ଧୁ ଭାବିଲେ ଭାରତରେ ଫୁଡ ଡେଲିଭରି ସର୍ଭିସ ଖୁବ ଅନ – ଅର୍ଗାନାଇଜେଡ଼ ଅଟେ l ସେମାନେ ଏହି ଦିଗରେ କିଛି ଉନ୍ନତ କରିବାର ଚିନ୍ତା କଲେ l ଏହାପରେ ନନ୍ଦନ, ଶ୍ରୀହର୍ଷ , ରାହୁଲ ଙ୍କ ସହିତ ମିଶି ସ୍ବୀଗୀ ଲଞ୍ଚ କଲେ lପ୍ରାରମ୍ଭରେ, ଏହି ତିନିଜଣ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ 6 ଟି ଡେଲିଭରି ବାଳକ, 25 ରେଷ୍ଟୁରାଣ୍ଟ ଏବଂ ସ୍ବୀଗି ଆପ୍ ସହିତ ଆରମ୍ଭ କରିଥିଲେ | ସ୍ବୀଗିର ଆଗମନ ସହିତ ଲୋକ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ବହୁ ଉପକୃତ ହେବାକୁ ଲାଗିଲେ | ଲୋକମାନେ ଘର କିମ୍ବା ଅଫିସରେ ସେମାନଙ୍କର ପ୍ରିୟ ବାହ୍ୟ ଖାଦ୍ୟ ପାଇବା ଆରମ୍ଭ କରିଥିବାବେଳେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ନୂତନ ଗ୍ରାହକ ଏବଂ ସେମାନଙ୍କ ଚାରିପାଖରେ ସ୍ୱୀକୃତି ପାଇବା ଆରମ୍ଭ କଲା, ଯେଉଁ କାରଣରୁ ରେଷ୍ଟୁରାଣ୍ଟ ମାଲିକମାନେ ବହୁତ ଖୁସି ହେଲେ |ସେତେବେଳେ ସ୍ବୀଗି ଆପ ନଥିଲା, ତେଣୁ ଲୋକେ ତାର ୱେବସାଇଡ କୁ ଯାଇ ମନପସନ୍ଦ ରେଷ୍ଟୁରାଣ୍ଟ ବାଛି ଖାଦ୍ୟ ଅର୍ଡର କରୁଥିଲେ l SWIGGY ର ସର୍ଭିସ ଲୋକଙ୍କୁ ଭଲ ଲାଗିଥିଲା, ଏବଂ କମ୍ପାନୀ କୁ ଗୋଟିଏ ନୂଆ ପରିଚୟ ମିଳିଲା l
୨୦୧୫ ର ଆରମ୍ଭରେ କମ୍ପାନୀ ପକ୍ଷରୁ ନିଜର ଆପ ଲଞ୍ଚ ହେଲା, ଏହାପରେ ଆପ ଜରିଆରେ ଖାଇବା ଅର୍ଡର କରିବା ଆହୁରି ସୁବିଧା ହୋଇଗଲା l ଏହି ସମୟ ରେ କମ୍ପାନୀ ନିଜର ସ୍ଥିତି କୁ ମଜବୁତ କରିବା ପାଇଁ କଷ୍ଟମର ଙ୍କୁ ଅନେକ ଅଫର ଦେବାକୁ ଲାଗିଲା l ଯାହାଦ୍ୱାରା ସାଧାରଣ ଲୋକଙ୍କ ନିକଟରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଲା l ଲୋକଙ୍କ ବିଶ୍ୱାସ ଜିତି ୩ବର୍ଷ ମଧ୍ୟରେ ୨୦ ହଜାର ରେଷ୍ଟୁରାଣ୍ଟକୁ ନିଜ ସହିତ ଯୋଡିଥିଲା l ଏବଂ ପ୍ରତି ମାସରେ ୪୦ ଲକ୍ଷ ର ବ୍ୟବସାୟ କରୁଛି l ୨୦୧୬ ସୁଧା SWIGGY ଭାରତର ଗୋଟିଏ ବଡ଼ ଫୁଡ ଷ୍ଟାର୍ଟ ଅପ ହୋଇସାରି ଥିଲା l ୨୦୧୪ ରେ ଆରମ୍ଭ ହୋଇଥିବା ଫୁଡ ଡେଲିଭରି କମ୍ପାନୀ ବର୍ତମାନ ସମସ୍ତ ଭାରତୀୟ ଙ୍କ ନିକଟରେ ପରିଚିତ lସ୍ବୀଗି ବିଦେଶରେ ମଧ୍ୟ ନିଜର ବିସ୍ତାର କରିଛି। ଏବଂ ଦୁନିଆର ଅନେକ ବଡ ସହରରେ ସେମାନଙ୍କର ସେବା ଯୋଗାଇବାକୁ ଚିନ୍ତା କରୁଛନ୍ତି l