Pratidin TV

Odisha's Digital News Platform

ବିଜେଡି ମୁଖପାତ୍ର ଖୋଲିଲେ , ନବୀନଙ୍କୁ ପାଣ୍ଡିଆନଙ୍କ ଗୋଇଠା ମାରିବାର ସତ..

1 min read

ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି।ଏସବୁ ଭିତରେ ନେତାଙ୍କ ରାଜନୈତିକ ବୟାନବାଜି ଜାରି ରହିଛି। ପରସ୍ପର ଭିତରେ ଚାଲିଛି ବାକ ଯୁଦ୍ଧ ।

ତେବେ ଏହା ମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ଦ୍ୱିତୀୟ ସର୍ବେସର୍ବା ଭି କେ ପାଣ୍ଡିଆନ ଗୋଡ଼ ମାରୁଥିବା(ଗୋଇଠା) ର ଏକ ଭିଡ଼ିଓ ରାଜ୍ୟ ରାଜତୀନିରେ କମ୍ପନ ସୃଷ୍ଟି କରିଛି। ଏହି ଭିଡିଓକୁ ରାଜ୍ୟ ବିଜେପି ପକ୍ଷରୁ ଜାରି କରାଯିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ କରାଯିବନି ବୋଲି ବିଜେପି ଚେତାବନୀ ଦେଇଥିଲା । ବିଜେପି ପକ୍ଷରୁ ସେୟାର କରାଯିବା ପରେ ବିଜେଡି ମୁଖପାତ୍ର ଏହାର ଜବାବ ଦେଇଛନ୍ତି । ସେ ସେହି ଭିଡ଼ିଓର ଜବାବରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ ମାରିନାହାନ୍ତି ବରଂ ସେ ନିଜର ଜୋତା ସଜାଡୁ ଥିଲେ । ଏହି ଭିଡିଓ ସେୟାର କରି ସ୍ୱୟମ କହିଛନ୍ତି , ସତ ସବୁବେଳେ ସତ । ଯେଉଁମାନେ ଭିଡିଓ କୁ ଏଡିଟ କରି ପ୍ରଚାର କରୁଛନ୍ତି , ଯେଉଁମାନେ ପରାଜୟ ଭୟରେ ଫେକ ଭିଡିଓ କରି ଅପପ୍ରଚାର କରୁଛନ୍ତି ଭଗବାନ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ । ଏହି ଭିଡିଓ ଦେଖିବା ପରେ ଯଦି ସେମାନେ କ୍ଷମା ମାଗୁନାହାନ୍ତି , ଜାଣିବେ ସେମାନଙ୍କର ଅସଲ ମାନସିକତା କଣ ?

Advertisement

Leave a Reply

Your email address will not be published. Required fields are marked *