ଅଷ୍ଟ୍ରେଲିୟାରେ ଭାରତୀୟ ଖେଳାଳିଙ୍କୁ ଅସମ୍ମାନ , ପ୍ରାକ୍ଟିସ୍ ପରେ ମିଳିଲା ଏଭଳି ଖାଦ୍ୟ
1 min readନୂଆଦିଲ୍ଲୀ : ଭାରତୀୟ ଖେଳାଳିଙ୍କୁ ଅଷ୍ଟ୍ରେଲିୟାରେ ଅସମ୍ମାନ । ୨ ଘଣ୍ଟାର କଠିନ ପ୍ରାକ୍ଟିସ୍ ପରେ ମିଳୁଛି ମାତ୍ର ଗୋଟିଏ ସ୍ୟାଣ୍ଡବିଚ୍ । ତାହାପୁଣି ପୁରାପୁରି ଥଣ୍ଡା । ଯାହକି ଖାଇବାର ଯୋଗ୍ୟ ନଥିଲା । ଆସନ୍ତାକାଲି ସିଡନୀରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବା ପୂର୍ବରୁ କିଛି ଏପରି ଅସନ୍ତୋଷ ଦେଖାଦେଇଛି । ଏହା ସହ ଭାରତୀୟ ଖେଳାଳିମାନେ ରହୁଥିବା ହୋଟେଲଠାରୁ ପ୍ରାକ୍ଟିସ କରୁଥିବା ବ୍ଲାକ ଟାଉନର ଦୂରତା ୪୨ କିଲୋମିଟର । ଯାହା ଖେଳାଳିମାନଙ୍କ ପାଇଁ କଷ୍ଟକର ହୋଇପଡୁଛି । ଏନେଇ ସେମାନେ ଏତେ ଦୂର ଯାଇଂ ଅଭ୍ୟାସ କରିପାରିବେ ନାହିଁ ବୋଲି ICCକୁ ଜଣାଇଛନ୍ତି ।
ସୂଚନା ଅନୁଯାୟୀ ଟି ଟୋଣ୍ଟି ବିଶ୍ୱକପ୍ ୨୦୨୨ରେ ICC (ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ) ଖେଳାଲିମାନଙ୍କୁ ଭୋଜନ ପରିବେଷଣ କରିବାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ , ଏପରି ଖାମ ଖିଆଲିଗୁଣ ଦେଖାଇଛି । ଯାହାକୁ ନେଇ ଭାରତୀୟ କ୍ରିକେଟରମାନେ ଅସନ୍ତୋଷି ପ୍ରକାଶ କରିଛନ୍ତି ।ଏହା ସହ ସେମାନେ ଆଜି ପ୍ରାକ୍ଟିସ୍ କରିବେ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।