Pratidin TV

Odisha's Digital News Platform

ଅନଲାଇନରେ ବିକ୍ରୀ ହେଉଛି ଟ୍ରମ୍ପଙ୍କୁ ଗୁଳିମାଡ଼ ଆକ୍ରମଣ ଫଟୋ ଥିବା ଟି-ସାର୍ଟ

1 min read

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେନସିଲଭାନିଆରେ ଆଜି ଆକ୍ରମଣ କରାଯାଇଥିଲା।ଆକ୍ରମଣ ପରେ ଟ୍ରମ୍ପ ହାତମୁଠା ଦେଖାଉଥିବା ଫଟୋ ବେଶ ଲୋକପ୍ରିୟ ହୋଇଯାଇଛି। ଆଉ ଯାହାର ଫାଇଦା ଉଠାଇଛି ଚୀନ। ଚୀନ କମ୍ପାନି ଗୁଡିକ ଟ୍ରମ୍ପଙ୍କ ସେହି ହାତମୁଠା ଥିବା ଫଟୋକୁ ଟି-ସାର୍ଟରେ ଛାପି ଅନଲାଇନରେ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଯେଉଁଥିରେ ଲେଖାଅଛି, ସୁଟିଂ ମେକସ୍ ମି ଷ୍ଟ୍ରଙ୍ଗର।

ସୂଚନା ଅନୁଯାୟୀ, ଆମେରିକାର ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପ ଗୁଳି ଚଳାଇବାର ପ୍ରାୟ ୨ ଘଣ୍ଟା ପରେ ଚାଇନାର ଅନଲାଇନ୍ ବ୍ୟବସାୟୀମାନେ ପୂର୍ବତନ ରାଷ୍ଟ୍ରପତି ଏକ ହତ୍ୟା ଉଦ୍ୟମରୁ ବଞ୍ଚିବା କ୍ଷଣି ଫଟୋ ସହିତ ଟି-ସାର୍ଟ ବିକ୍ରି କରିବା ଆରମ୍ଭ କରିଥିଲେ। ଏହି ଚିତ୍ରରେ ଟ୍ରମ୍ପଙ୍କ ମୁହଁରେ ରକ୍ତ ଅଛି ଏବଂ ସେ ତାଙ୍କ ସମର୍ଥକଙ୍କୁ ହାତ ମୁଠା କରି ଉତ୍ସାହିତ କରୁଥିବା ଦେଖାଯାଉଛି।

Advertisement

ସାଉଥ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆକ୍ରମଣର ୨ ଘଣ୍ଟା ମଧ୍ୟରେ ଆଲିବାବାଙ୍କ ମାଲିକାନାରେ ଥିବା ଚାଇନାର ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମ ଟାବାଓରେ ପ୍ରଥମ ବ୍ୟାଚ୍ ଟି-ସାର୍ଟ ବିକ୍ରି ପାଇଁ ଯାଇଥିଲା।

ଚାଇନାର ଅନଲାଇନ ସପିଂ ପ୍ଲାଟଫର୍ମ ଟାବାଓର ଜଣେ ବିକ୍ରେତା ଲି ଜିନ୍ୱେ ​​କହିଛନ୍ତି, “ଗୁଳି ବିନିମୟ ବିଷୟରେ ଖବର ଦେଖିବା ମାତ୍ରେ ଆମେ ଟି-ସାର୍ଟ ବନାଏ ଅନଲାଇନ ଦେଇଥିଲୁ । ତେବେ ୩ ଘଣ୍ଟା ମଧ୍ୟରେ ଆମେ ଉଭୟ ଚୀନ୍ ଏବଂ ଆମେରିକାର ଅର୍ଡର ଆସିବା ଆରମ୍ଭ ହୋଇଥିଲା | ପ୍ରାୟ ୨ ହଜାରରୁ ଅଧିକ ଅର୍ଡର ହୋଇଥିଲା ।

ସୂଚନା ଅନୁସାରେ, ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ପ୍ରଚାର କରୁଥିଲେ। ପ୍ରଚାର ସମୟରେ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ହଠାତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଗୁଳିମାଡ ପରେ ଟ୍ରମ୍ପ ପୋଡିୟମ ତଳେ ବସିପଡିଥିଲେ। ସେପଟେ ଟ୍ରମ୍ପଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କୁ ସଙ୍ଗେ ସଙ୍ଗେ ଘେରି ନେଇଥିଲେ। ତେବେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତ ଛିଟା ଲାଗିଥିବା ବେଳେ ତାଙ୍କ କାନରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ। ବର୍ତ୍ତମାନ FBI ଏହି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *