Pratidin TV

Odisha's Digital News Platform

ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ , ଜାଣନ୍ତୁ କେଉଁଠାରେ ଦେଖିବେ ଇଣ୍ଡିଆ ଓ ଆୟର୍ଲାଣ୍ଡ ମ୍ୟାଚ ..

1 min read

ଆଜିଠୁ ଆରମ୍ଭ ହେବ ଭାରତର ବିଶ୍ୱକପ ଅଭିଯାନ । ପ୍ରଥମ ଟି-ଟ୍ବେଣ୍ଟି  ଖେଳିବ ଭାରତ । ଟି-ଟ୍ବେଣ୍ଟି ବିଶ୍ବକପ୍‌ରେ ଭାରତର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ରହିଛି । ଏହି ମ୍ୟାଚ୍  ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ମ୍ୟାଚ୍ ଖେଳାଯିବ । ଟିମ୍‌ରେ ରିଷଭ ପନ୍ତ, ୟଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କ ଭଳି ଦ୍ରୁତ ବୋଲର  ଅଛନ୍ତି। ଅଗଣିତ ଭାରତୀୟଙ୍କୁ ବିଶ୍ୱକପ୍ ଟ୍ରଫି ଭେଟିଦେବା ଲକ୍ଷ୍ୟ ରଖି  ଭାରତୀୟ କ୍ରିକେଟ୍ ଦଳ ଆଜି ମଇଦାନକୁ ଓହ୍ଲାଇବ । ନସାଉ କାଉଣ୍ଟି ଷ୍ଟାଡିୟମ୍‌ରେ ସୋମବାର ରାତିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ମାତ୍ର ୭୭ ରନ୍ କରିବା ପରେ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୧୭ ଓଭର ପର୍ଯ୍ୟନ୍ତ ନେବା ଫଳରେ ଏହି ଡ୍ରପ୍‌ ଇନ୍‌ ପିଚ୍‌ର ଭୂମିକା ନିର୍ଣ୍ଣାୟକ ହେବ ବୋଲି ଆଭାସ ଦେଇଛି।

Advertisement

ତେବେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ୍ ରାତି 8 ଟାରୁ ଆରମ୍ଭ ହେବ | ଭାରତରେ ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳେ । ଏହା ବ୍ୟତୀତ, ଏହି ମ୍ୟାଚ୍ OTT ରେ ମଧ୍ୟ ଦେଖିବାକୁ ମିଳେ । ଡିସ୍ନି + ହଟଷ୍ଟାରରେ ଏହି ମ୍ୟାଚ୍ ମାଗଣାରେ ଦେଖାଯାଇପାରିବ।

Leave a Reply

Your email address will not be published. Required fields are marked *