Pratidin TV

Odisha's Digital News Platform

ଟି-୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଧମକ , ସୁରକ୍ଷାକୁ ନେଇ ବଢିଲା ଚିନ୍ତା ..

1 min read

 ଖୁବଶୀଘ୍ର ଆରମ୍ଭ ହେବାକୁ  ଯାଉଛି  କ୍ରିକେଟ ର ମହାକୁମ୍ଭ t-20 ବିଶ୍ୱକପ । ଯାହାକୁ ନେଇ ଏବେ ସାରା ବିଶ୍ୱ ଉତ୍ସାହିତ  । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ ଖବର । ଏବେ କ୍ରିକେଟ ମହାକୁମ୍ଭର ସହ ଆୟୋଜକ ୱେଷ୍ଟଇଣ୍ଡିଜକୁ  ଉତ୍ତର ପାକିସ୍ତାନରୁ ମିଳିଛି ଆତଙ୍କବାଦୀ ଧମକ  । ଏହି ଧମକ ପାଇବାପରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସତର୍କ ହେବା ସହିତ ଟୁର୍ଣ୍ଣାମେଣ୍ଟରେ ଯେପରି କିଛି ବାଧା ନଉପୁଜେ ସେଥିପ୍ରତି ସତର୍କ ରହିଛି   ।

ବିଶ୍ଵକପ ପାଇଁ ସମସ୍ତ ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ କ୍ରିକେଟ ୱେଷ୍ଟଇଣ୍ଡିଜ  ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ତେବେ   ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଜୁନ୍ 1 ରୁ 29 ପର୍ଯ୍ୟନ୍ତ ଟି -20 ବିଶ୍ୱକପ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ୱେଷ୍ଟଇଣ୍ଡିଜ୍ ଆଣ୍ଟିଗୁଆ ଏବଂ ବାରବୁଦା , ବାରବାଡୋସ୍, ଗୁୟାନା ଭିନ୍ସେଣ୍ଟ ଆଣ୍ଡ ଦି ଗ୍ରେନାଡାଇନ୍ସ, ଟ୍ରିନିଦାଦ ଏବଂ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରିବ।। ସେହିପରି

Advertisement

 ଆମେରିକାର ଫ୍ଲୋରିଡା, ନ୍ୟୁୟର୍କ ଏବଂ ଟେକ୍ସାସ୍ ସହରରେ ମଧ୍ୟ ମ୍ୟାଚ୍ ଅଛି, ହେଲେ ଆମେରିକାକୁ କୌଣସି ଆତଙ୍କବାଦୀ ଧମକ ମିଳିନାହିଁ ।  ବାରବାଡୋ ପାଇଁ ଫାଇନାଲ ଧାର୍ଯ୍ୟ ହୋଇଥିବା ବେଳେ ଟ୍ରିନିଦାଦ ଏବଂ ଗୁୟାନାରେ ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *