Pratidin TV

Odisha's Digital News Platform

ଟି ୨୦ ବିଶ୍ବକପ, ଆର୍ୟାଲାଣ୍ଡକୁ ୮ ୱିକେଟରେ ହରାଇ ଭାରତ ବିଶ୍ୱକପ ଅଭିଯାନ କରିଛି ଆରମ୍ଭ

1 min read

ଗତକାଲି (ଜୁନ ୫) ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ନ୍ୟୁୟର୍କରେ ଖେଳୁଥିବା ପ୍ରଥମ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଭାରତୀୟ ବୋଲର। ଦମଦାର ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରୁଥିବା ଆୟର୍ଲ୍ୟାଣ୍ଡ ୧୦୦ ରନ ମଧ୍ୟ କରିପାରି ନାହିଁ। ଦଳ ୯୬ ରନରେ ସମସ୍ତ ୱିକେଟ ହରାଇଛି। ଫଳରେ ଭାରତକୁ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଜିତିବାକୁ ୯୭ ରନର ଟାର୍ଗେଟ ମିଳି ବିଜେତା ହୋଇଛି ଭାରତ । ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରି ଟିମ ଇଣ୍ଡିଆ।

ତେବେ ଭାରତ ପ୍ରଥମ ବୋଲିଂରୁ ଆରମ୍ଭଵ କରି କମାଲ ଦେଖାଇଛନ୍ତି | କେବଳ ୯୬ ରନରେ ଅଲଆଉଟ କରି ୯୭ ରନର ରଖିଥିଲା ଟାର୍ଗେଟ | ପରେ ୯୭ ରନ ରେ ଟାର୍ଗେଟକୁ ଭାରତ ୧୨.୨ ଓଭରରେ ୨ଟି ୨ଟି ୱିକେଟ ହରାଇ ହାସଲ କରି ନେଇଛି। ବୋଲିଂରେ କମାଲ ଦେଖାଇଛନ୍ତି ଭାରତ | ହାର୍ଦ୍ଦିକ ପାଣ୍ଡ୍ଯା ୩ଟି ୱିକେଟ ନେଇଥିବାବେଳେ ଅର୍ଶଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ୯୭ ରନର ଟାର୍ଗେଟରେ ବ୍ୟାଟିଂରେ ୧୨.୨ ଓଭରରେ ରୋହିତ ଶର୍ମା ୩୭ ରନରେ ୫୨ ରନ କରିଥିବାବେଳେ ରିଷଭ ପନ୍ଥ ୨୬ ବଲରେ ୩୬ ରନ କରି ଭାରତ ବିଜୟ ଲାଭ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *