Pratidin TV

Odisha's Digital News Platform

ମାଥିଆସ୍‌ ବୋଏଙ୍କ ସହ ବିବାହକୁ ନେଇ ନିଜେ କନଫର୍ମ କଲେ ତାପସୀ …

1 min read

କନଫର୍ମ କଲେ ତାପସୀ । କହିଲେ ହଁ ମୁଁ ବିବାହ କରିସାରିଛି । ସର୍ବଦା ସେଲିବ୍ରିଟିଙ୍କ ବିବାହକୁ ନେଇ ଅନେକ କ୍ରେଜ୍‌ ଥାଏ। ସମସ୍ତେ ସିନେ ତାରକାଙ୍କ ବିବାହ ବିଷୟରେ ଜାଣିବାକୁ ଇଛୁକ ଥାନ୍ତି । ସେଥିପାଇଁ ଅନେକ ଅଭିନେତା ଅଭିନେତ୍ରୀ ସିକ୍ରେଟ୍‌ ଓ୍ବେଡିଂ କରିବାକୁ ପସନ୍ଦ କରିଥାନ୍ତି। ପରେ ନିଜ ବିବାହକୁ କନଫର୍ମ କରିଥାନ୍ତି । ତେବେ ସେପରି ଏକ ଚର୍ଚ୍ଚିତ ବିବାହ ଖବର ଶିରୋନାମାରେ ରହିଛନ୍ତି ତାପସୀ । ଅଭିନେତ୍ରୀ ତାପସୀ ପନ୍ନୁ ମାର୍ଚ୍ଚ ୨୫ ରେ ଦୀର୍ଘଦିନର ପ୍ରେମିକ ମାଥିଆସ୍‌ ବୋଏଙ୍କ ସହ ବିବାହ କରିଛନ୍ତି। ମାତ୍ର ଏଯାଏ ପ୍ରଶଂସକଙ୍କ ସହ ଖୁସିଖବର ସେୟାର କରିନାହାନ୍ତି ।

ବିବାହର ଗୋଟିଏ ବି ଫଟୋ ସୋସିଆଲ ମିଡିଆରେ ନାହିଁ। ତାପସୀଙ୍କ ସିକ୍ରେଟ୍‌ ଓ୍ବେଡିଂକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଘୁରି ବୁଲିବା ପରେ ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ହଁ, ମୁଁ ବିବାହ କରିସାରିଛି ବୋଲି ସେ କହିବା ସହ ଖବର ଉପରେ ମୋହର ଲଗାଇଛନ୍ତି। ଏକ ସାକ୍ଷାତକାରରେ ତାପସୀ କହିଛନ୍ତି, ମୋର ବିବାହ ମାଥିଆସ୍‌ଙ୍କ ସହ ହୋଇସାରିଛି। ରାଜସ୍ଥାନରେ ପରିବାର ଏବଂ ଅତିଥିଙ୍କ ଗହଣରେ ବିବାହ ହୋଇଛି। ହେଲେ ମୋ ବ୍ୟକ୍ତିଗତ ଜୀବନରେ ପ୍ରଶଂସକଙ୍କୁ ସାମିଲ କରିନାହିଁ। ଲୋକେ ମୋର ବିବାହକୁ କିଭଳି ଢ଼ଙ୍ଗରେ ଦେଖିବେ ସେନେଇ ଚିନ୍ତାରେ ପଡ଼ିଯାଇଥିଲି। ଏଥିଲାଗି ଏ ବିଷୟରେ କାହାକୁ କହିନାହିଁ।

Advertisement

Leave a Reply

Your email address will not be published. Required fields are marked *