Pratidin TV

Odisha's Digital News Platform

ପୁଣି ଥରେ କେବିସି କୁ ଫେରିଲେ ବିଗ ବି …

ପୁଣି ଥରେ କେବିସି କୁ ଫେରିଲେ ଅମିତାଭ ବଚନ । ବିଗ ବି ପୁଣିଥରେ କୌନ ବନେଗା କରୋଡ଼ପତିର ୧୬ତମ ସଂସ୍କରଣର ଶୋ ହୋଷ୍ଟ କରିବେ ।ନିଜ ଚିତ୍ତାକର୍ଷକ ହୋଷ୍ଟିଂ ପାଇଁ ଲୋକପ୍ରିୟ ବିଗ୍ ବିଙ୍କ ପ୍ରତ୍ୟାବର୍ତ୍ତନ, ଟିଭି ଶୋ’ର ଦର୍ଶକଙ୍କ ପାଇଁ କୌଣସି ବଡ଼ ଭେଟିଠାରୁ କମ୍ ନୁହେଁ। ତେବେ ସବୁଠୁ ବଡ଼ କଥା ହେଲା ଏଥର ଶୋ’କୁ ବଡ଼ ବଜେଟରେ ପ୍ରସ୍ତୁତ କରାଯାଉଛି ଏବଂ ଅମିତାଭ ବଚ୍ଚନ ମଧ୍ୟ ଶୋ’ର ଗୋଟିଏ ଏପିସୋଡ୍ ପାଇଁ ବିପୁଳ ପରିମାଣର ଫି’ ଚାର୍ଜ କରୁଛନ୍ତି।

ରିପୋର୍ଟ ଅନୁସାରେ, ଚଳିତ ସିଜନ୍‌ରେ ଅଭିନେତା ପ୍ରତି ଏପିସୋଡ ପାଇଁ ୫ କୋଟି ଟଙ୍କା ଫି’ ନେଉଛନ୍ତି, ଯାହା ଗତ ସିଜନ୍ ତୁଳନାରେ ବେଶ୍‌ ଅଧିକ। ଅମିତାଭ ୨୪ ବର୍ଷ ଧରି ଏହି ଶୋ’ ସହ ଜଡ଼ିତ ଅଛନ୍ତି ଏବଂ ରିପୋର୍ଟ ମୁତାବକ, ଶୋ’ର ପ୍ରଥମ ସିଜନ୍ ରେ      ତାଙ୍କୁ ପ୍ରତି ଏପିସୋଡ୍ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କେବିସି ଯେତେ ଆଗକୁ ଆଗକୁ ବଢିଲା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତା ମଧ୍ୟ ତା’ ସହ ବଢି ଚାଲିଲା, ଯେଉଁଥିପାଇଁ ତାଙ୍କ ଫି’ ମଧ୍ୟ ବୃଦ୍ଧି ପାଇଲା।

Leave a Reply

Your email address will not be published. Required fields are marked *