Pratidin TV

Odisha's Digital News Platform

ଆକ୍ସନ ମୁଡ଼ରେ ରଣପୁର ତହସିଲ ପ୍ରଶାସନ ; ଖଣି ମାଫିଆଙ୍କ ଆଡ୍ଡା ସ୍ଥଳୀରେ ବୁଲିଲା ଜେସିବି…

1 min read

ରଣପୁର : ପଥର ମାଫିଆଙ୍କୁ ସାବାଡ୍ କରିବା ପାଇଁ ରଣପୁର ତହସିଲ ପ୍ରଶାସନ ତତ୍ପର ହୋଇ ଉଠିଛି । ମୟୁର ଝାଲିଆ ଗାଁ ନିକଟ ପଥର ଖଣି ନିକଟରେ ଏକ ବେଆଇନ ଘରକୁ ରଣପୁର ତହସିଲ ଆଜି ଭାଙ୍ଗି ଦେଇଥିବା ଜଣା ପଡିଛି । ଏହି ଚଢାଉରେ ରଣପୁର ତହସିଲଦାର ଇପ୍ସିତ ସାହୁ ଓ ଅତିରିକ୍ତ ତହସିଲଦାର ଅବିନାଶ ମାହର, ଚାନ୍ଦପୁର ଥାନା ଅଧିକାରୀ ମୁକେଶ ଚନ୍ଦ୍ର ବେହେରା ଓ ପୋଲିସ୍ ଫୋର୍ସ ସହାୟତାରେ ଖଣି ମାଫିଆଙ୍କ ଆଡା ସ୍ଥଳୀକୁ ଭାଙ୍ଗି ଦିଆଯାଇଛି ।

ସୂଚନା ଥାଉ କି ମୟୁର ଝାଲିଆ ମାଙ୍କଡା ପଥର ଖଣି ନିକଟରେ ପଥର ମାଫିଆମାନେ ଏକ ଆଜବେଷ୍ଟସ ଘର ତିଆରି କରି ସେଠାରେ ଆଡ୍ଡା ଚଳାଇଥିଲେ । ରଣପୁର ତହସିଲ ଅନ୍ତର୍ଗତ ମୟୁର ଝାଲିଆ ମୌଜା ଖାତା ନଂ -୪୯୫, ପ୍ଲଟ ନଂ -୧୬୮୯ ରେ ତିଆରି ହୋଇଥିଲା ଏହି ଆଡ୍ଡା ସ୍ଥଳୀ । ମାଫିଆମାନେ ଏଠାରେ ରହି ବେଧଡକ ନିଜର କାରବାର ଚଳାଇ ଆସୁଥିଲେ । ମାଙ୍କଡା ପଥର କାଟି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ । ଫଳରେ ସରକାରୀ ରାଜସ୍ୱ ହାନି ହେଉଥିଲା । କୁଶପଲ୍ଲାରେ ଚଢାଉ ବେଳେ ଏନଫୋର୍ସମେଣ୍ଟ ଟିମ୍ କୁ ଖଣି ମାଫିଆଙ୍କ ଆକ୍ରମଣ ପରେ ଏଭଳି ଆକ୍ସନ ମୋଡ୍ କୁ ଆସିଛି ରଣପୁର ତହସିଲ।

Advertisement

ସୂଚନା ଥାଉ କି ନୟାଗଡ ଜିଲ୍ଲାର ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି । ରଣପୁରର ବେଆଇନ ଖଣିକୁ ନେଇ ସାରା ନୟାଗଡ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି । ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆଜି ଖଣି ମାଫିଆ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଗତ ବୁଧବାର ଦିନ ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା । ଖଣି ମାଫିଆମାନେ ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆହତ ସୁଦାମ ଚରଣ ବେହେରା ।

Leave a Reply

Your email address will not be published. Required fields are marked *