Pratidin TV

Odisha's Digital News Platform

ବୃଦ୍ଧ ବୟସରେ ହାତ ଛାଡିଦେଲେ ପୁଅ : ସାହାର୍ଯ୍ୟର ହାତ ବଢାଇଲେ ତହସିଲଦାର୍ ବାବୁ ….

ବାଲେଶ୍ୱର : ତହସିଲଦାର ହେବ ତ ଏମିତି । ସାରା ଅଞ୍ଚଳରେ ହେଉଛି ଏଭଳି କିଛି ପ୍ରଶଂସା । ମାନବ ସେବା ହିଁ ମାଧବ ସେବା ଏହା ଆଉ ଏକ ପକ୍ତିଂ ହୋଇ ନାହିଁ ବରଂ ଏହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି ନୀଳଗିରି ତହସିଲଦାର ଶ୍ରୀ ରଞ୍ଜନ ବେହେରା । ମଣିଷର ଧର୍ମହିଁ ଅନ୍ୟ ମଣିଷକୁ ସାହାର୍ଯ୍ୟ କରିବା । କିନ୍ତୁ ଆଜି ଯେତେବେଳେ ରକ୍ତ ସର୍ମ୍ଫକ ବାର୍ଦ୍ଧକ୍ୟ କାରଣରୁ ଧୋକା ଦେଇ ଚାଲିଯାଇଛି ସେଠି ମଣିଷତ୍ୱ ଦେଖାଇଛନ୍ତି ନୀଳଗିରି ତହସିଲଦାର ।

ଆଜି ଦିନ୧୧ଟା ସମୟରେ ଦୁଇ ଜଣ ଲୋକ ଆସି ଜଣେ ବୃଦ୍ଧଙ୍କୁ ତହସିଲ ଅଫିସ କାର୍ଯ୍ୟାଳୟ ପରିସରରେ ଛାଡ଼ିଦେଇ ଚାଲିଯାଇଥିଲେ । ପ୍ରବଳ ଖରା ଯୋଗୁ ଅତ୍ୟଧିକ ଗରମରେ ବୃଦ୍ଧ ଜଣଙ୍କ ବାହାରେ ଗରମ ସହି ନପାରି ପାଖରେ ଥିବା ଗଛ ତଳେ ଶୋଇଯାଇଥିଲେ । ମାତ୍ର କିଛି ସମୟ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଥିଲା । ସେ ଚିତ୍କାର କରିବାରୁ ଉପସ୍ଥିତ ଲୋକ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ ସେହି ସମୟରେ ତହସିଲଦାର ଶ୍ରୀ ରଞ୍ଜନ ବେହେରା ବୃଦ୍ଧଙ୍କୁ ଦେଖି ତାଙ୍କ ପାଖକୁ ଯାଇ ତାଙ୍କ ପାଣି ଦେବା ସହ ତାଙ୍କୁ ତାଙ୍କ ଅଫିସ କାର୍ଯ୍ୟାଳୟ ପରିସର ଭିତକୁ ନେଇଯାଇଥିଲେ ।

ବୃଦ୍ଧ ସେଠାରେ ଟିକେ ସୁସ୍ଥ ଅନୁଭବ କରିବାପରେ ତାଙ୍କୁ ତାଙ୍କ ଘର ଓ ତାଙ୍କ ପରିଚୟ ପଚାରିଥିଲେ ତହସିଲଦାର । କିନ୍ତୁ ପରିଣତ ବୟସ ହେତୁ ବୃଦ୍ଧ ଜଣଙ୍କ ତାଙ୍କ ପରିଚୟ ଦେବାରେ ଅସମର୍ଥ ହୋଇଥିଲେ । ପରେ ତାଙ୍କୁ ତାଙ୍କ ଗାଡିରେ ବସାଇ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନୀଳଗିରି ଡାକ୍ତରଖାନାକୁ ନେଇଯାଇଥିଲେ ତହସିଲଦାର । ସେଠାରେ ବୃଦ୍ଧଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ ତାଙ୍କ ଆବଶ୍ୟକୀୟ ସମସ୍ତ ଔଷଧ ଦେଇଥିଲେ ବର୍ତ୍ତମାନ ବୃଦ୍ଧଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ତହସିଲଦାରଙ୍କ ଏହି ମାନବିକତା ପାଇଁ ତାଙ୍କୁ ସମସ୍ତ ମହଲରୁ ପ୍ରଶଂସା ମିଳିଛି ।

Leave a Reply

Your email address will not be published. Required fields are marked *