Pratidin TV

Odisha's Digital News Platform

ତାଜ୍‌ ଏକ୍ସପ୍ରେସ୍‌ ରେ ଲାଗିଲା ନିଆଁ , ହୁତୁହୁତୁ ହୋଇ ଜଳିଲା ୪ ବଗି..

1 min read

ପୁଣି ଏକ ବଡ଼ ଦୁର୍ଘଟଣା । ତାଜ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭୟଙ୍କର ନିଆଁ ଲାଗିଛି । ଟ୍ରେନ୍‌ର ୪ଟି ବଗିରେ ଭୟଙ୍କର ନିଆଁ ଲାଗିଛି । ତୋଗଲକାବାଦ୍‌-ଓଖଲା ମଧ୍ୟରେ ଅଘଟଣ ଘଟିଛି ଏହି ଘଟଣା ଘଟିଛି ।

ବର୍ତ୍ତମାନ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେବେ ସୌଭାଗ୍ୟର କଥା ଯାତ୍ରୀ ମାନଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି । ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି । ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ହେି ସୂଚା ତାଙ୍କୁ ୪.୨୪ ରେ ମିଳିଥିଲା । ସେ ସଙ୍ଗେ ସଙ୍ଗେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ । ଘଟଣାସ୍ଥଳକୁ ୬ଟି ଅଗ୍ନିଶମ ଗାଡି ପଠାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ ତାଜ ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗି ଯାଇଛି । ଘଟଣା ସ୍ଥଳରେ ଟ୍ରେନ ଅଟକି ରହିଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ଟ୍ରେନ ଭିତରୁ ବାହାରକୁ ବାହାର କରାଯାଇଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ । ରେଳବାଇ ପକ୍ଷରୁ ଅଧିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *