Pratidin TV

Odisha's Digital News Platform

ଏହି ପୋକ ପାଇଁ ବଦଳୁଛି ତାଜ ମହଲ ରଙ୍ଗ …

1 min read

ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ଗୁଡିକ ଭିତରୁ ତାଜମହଲ ଗୋଟିଏ । ଏହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ । ଏହାକୁ ଦେଖିବାପାଇଁ ଦିନକୁ ଅନେକ ସଂଖ୍ୟାରେ ପ ର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଏହା ନିଜର ସୌନ୍ଦର୍ଯ୍ୟ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଗତ କିଛି ବର୍ଷ ହେବ ଏହା ଉପରେ ପ୍ରଦୁଷଣର ପ୍ରଭାବ ନେଇ ଏବେ ଚିନ୍ତା ପ୍ରକଟ କରାଯାଇଛି । ପ୍ରେମର ପ୍ରତୀକ ଭାବେ ବିବେଚନା କରାଯାଉଥିବା ତାଜମହଲର ପ୍ରଦୁଷଣ ଆଶଙ୍କା ବଢିଛି । ଯାହାକୁ ନେଇ ସମସ୍ତେ ଉଦବେଗ୍ ପ୍ରକାଶ କରିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅବହେଳା ଯୋଗୁଁ ତାଜମହଲର ଆଜି ଏମିତି ଅବସ୍ଥା ।

ତାଜମହଲ ପ୍ରଦୂଷଣ କାରଣରୁ ପ୍ରଥମେ ହଳଦିଆ ଦେଖାଗଲା, ପରେ ମାଟିଆ ଓ ଏବେ ଏହାର ରଙ୍ଗ ଧୀରେ ଧୀରେ ସବୁଜ ଦେଖାଗଲାଣି । ମଙ୍ଗଳବାର ଦିନ ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଆବେଦନକାରୀ କୋର୍ଟରେ ତାଜମହଲର ଫଟୋ ଦେଖାଇ ଏହାର ରଙ୍ଗ ବଦଳୁଥିବା ବିଷୟରେ କହିଥିଲେ । ତାଜମହଲର ରଙ୍ଗ ପ୍ରଥମେ ଧଳାରୁ ହଳଦିଆ ହେଲା ପୁଣି ତା’ପରେ ମାଟିଆ ଦେଖାଗଲା । ଏବେ ଏହା ସବୁଜ ଦେଖାଗଲାଣି । ତାଜମହଲର ରଙ୍ଗ ହଳଦିଆ ହେବା ପଛର କାରଣ ହେଉଛି ପ୍ରଦୂଷଣ ଓ ଅମ୍ଳ ବର୍ଷା । ସେହିଭଳି ଯମୁନାରେ ବଢ଼ୁଥିବା ପ୍ରଦୂଷଣ ତାଜମହଲ ସବୁଜ ଦେଖାଯିବା ପଛର କାରଣ । ପରିବେଶବିଦ୍‌ଙ୍କ ଅନୁଯାୟୀ ଯମୁନା ଅପରିଷ୍କାର ହୋଇଯାଇଥିବାରୁ ଏଥିରେ ଥିବା ପୋକଜୋକ ସବୁ ଆସି ତାଜମହଲରେ ପଶୁଛନ୍ତି । ଏମାନେ ତାଜମହଲର ଧଳା କାନ୍ଥରେ କଳା ଓ ସବୁଜ ରଙ୍ଗର ଅବଶେଷ ଛାଡ଼ୁଛନ୍ତି । ସେହିପରି ଆଖପାଖରେ ଥିବା ଫ୍ୟାକ୍ଟ୍ରୀ ଓ ତେଲ ରିଫାଇନାରୀରୁ ବାହାରୁଥିବା ଦୂଷିତ ଧୂଆଁ ଯୋଗୁ ତାଜମହଲର ଧଳା ଫର ଫର କାନ୍ଥଗୁଡ଼ିକ ଧୀରେ ଧୀରେ ହଳଦିଆ ପଡ଼ିଯାଉଛି ।

Advertisement

Leave a Reply

Your email address will not be published. Required fields are marked *