Pratidin TV

Odisha's Digital News Platform

ମେଣ୍ଟ ନେଇ ମୋଦି କହିଲେ ନବୀନଙ୍କ ସହ ମୋ ସମ୍ପର୍କ, ଓଡ଼ିଶା ଭାଗ୍ୟଠାରୁ ବଡ଼ ନୁହେଁ

1 min read

ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ସରକାର ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ନେଇ ପ୍ରଶ୍ନ କରାଯାଇଥିଲା | ପ୍ରଧାନମନ୍ତ୍ରୀ କହିଥିଲେ, ରାଜନୀତିରେ କାହା ସହ ସମ୍ପର୍କ ଖରାପ ନଥାଏ | ସମସ୍ତଙ୍କ ସହ ଭଲ ସମ୍ପର୍କ ଥାଏ | ସବୁ ରାଜନୈତିକ ନେତାଙ୍କ ସହ ମୋ ସମ୍ପର୍କ ରହିଛି। ଆହୁରି ସେ କହିଥିଲେ, ମୋ ପାଇଁ ପ୍ରଶ୍ନ ଥିଲା ସମ୍ପର୍କକୁ ଭଲ ରଖିବି, ନାଁ ଓଡ଼ିଶାର ଭାଗ୍ୟ କଥା ଚିନ୍ତା କରିବି। ଉଜ୍ବଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରାସ୍ତା ବାଛିଲି।ଏଥି ପାଇଁ ଯଦି ମୋ ସମ୍ପର୍କକୁ ବଳି ଚଢ଼ାଇବାକୁ ପଡ଼େ, ମୁଁ ପ୍ରସ୍ତୁତ।

ଆହୁରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ରାଜନୀତି ଉପରେ ବଡ ବୟାନ ଦେଇଥିଲେ | ସେ କହିଥିଲେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ୨୫ ବର୍ଷରେ ଓଡ଼ିଶାରେ କୌଣସି ପରିବର୍ତ୍ତନ କିମ୍ବା ପ୍ରଗତି ହୋଇନାହିଁ | କିନ୍ତୁ ସବୁଠାରୁ ଚିନ୍ତାର ବିଷୟ ଏହା ଯେ ଓଡିଶା ବ୍ୟବସ୍ଥା ବନ୍ଧକରେ ରଖାଯାଇଛି | ଓଡିଶା ସେହି ବନ୍ଧକରୁ ବାହାରିଲେ ସମୃଦ୍ଧ ହେବ ବୋଲି କହିଥିଲେ ମୋଦି | ସେ ଆହୁରି କହିଥିଲେ ଏହା ଓଡ଼ିଶା ଅସ୍ମିତାର ପ୍ରଶ୍ନ ବୋଲି ।

ପ୍ରଧାନମନ୍ତ୍ରୀ ଓଡ଼ିଶାର ଭରପୁର ପ୍ରଶଂସା କରି କହିଥିଲେ, ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି, କିନ୍ତୁ ରାଜ୍ୟର ଲୋକେ ଗରିବ। ଏଥିପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟବାସୀ ସେମାନଙ୍କ ଅଧିକାର ପାଇବା ଉଚିତ୍। ଏଥର ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ। ଜୁନ ୧0ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ଏବଂ ଓଡ଼ିଶାର ସରକାର ବଦଳିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

Leave a Reply

Your email address will not be published. Required fields are marked *