Pratidin TV

Odisha's Digital News Platform

ନଦୀରୁ ମାଛ ମଢକ ନେଇ ବଜାରରେ ବିକ୍ରି ; କାରଖାନାର ଦୂଷିତ ପାଣି ପାଇଁ କପିଲଜୋରରେ ଏଭଳି ସ୍ଥିତି …

1 min read

ପାରାଦ୍ୱୀପ : ପାରାଦୀପ କପିଳଜୋରରେ ନଦୀରେ ହଜାର ହଜାର ମାଛ ମଡ଼କ । ଭିନ୍ନ ଭିନ୍ନ ପ୍ରଜାତିର ମାଛ, ଗତ ତିନିଦିନ ଧରି ମାଛ ମରି ଭାସୁଥିବା ନେଇ ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ । ପାରାଦୀପ ତୈଳ ବିଶୋଧନାଗାର ରୁ ନିର୍ଗତ ବର୍ଜ୍ୟଜଳ କାରଣରୁ ଏହିଭଳି ମାଛ ମଡ଼କ ହୋଇଥିବା ନେଇ ପରିବେଷବିତଙ୍କ ଅଭିଯୋଗ ।

ପାରାଦୀପରେ ବହି ଯାଉଥିବା କପିଳଜୋର ନଦୀରେ ଗତ ତିନିଦିନ ଧରି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ରବିବାର ଏହି ନଦୀରୁ କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରି କିଛି ବ୍ୟବସାୟୀ ବଜାର ର ବିକ୍ରି କରିଥିବା ନେଇ ସ୍ଥାନୀୟ ପରିବେଷବିତ ଅଭିଯୋଗ ଆଣିଛନ୍ତି ।

Advertisement

ଗତ ତିନିଦିନ ତଳେ ହଠାତ ପାରାଦୀପ ଉପକୂଳ ସମୁଦ୍ରର ଜଳରାଶି ରେ କିଛି ବିଷାକ୍ତ ରାସାୟନିକ ତରଳ ପଦାର୍ଥ ପାଣିରେ ମିଶିବା ସହିତ ସମୁଦ୍ରର ପାଣି ସବୁଜ ପାଲଟିଯାଇଥିଲା । ଯାହା ଫଳରେ ଏହି ପାଣି ନଦୀରେ ମିଶିବା ସହିତ ମାଛ ମଡ଼କ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଲୋକେ ଓ ପରିବେଷବିତ ଅଭିଯୋଗ ଆଣିଛନ୍ତି । ବାରମ୍ବାର ପାରାଦୀପ ଅଞ୍ଚଳ ରେ ଏହିପରି ମାଛ ମଡ଼କ ଦେଖିବାକୁ ମିଳୁଥିବା ବେଳେ ପ୍ରଦୂଷଣ ବିଭାଗ ତରଫରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *