ଜିଲ୍ଲା ଘୋଷଣା ଦାବୀରେ ୧୨ ଘଣ୍ଟିଆ ବନ୍ଦ ହେଲା ତାଳଚେର
1 min readଅନୁଗୁଳ : ତାଳଚେରକୁ ନୂତନ ଜିଲ୍ଲା ଭାବେ ଘୋଷଣା କରିବା ଦାବୀରେ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୮୩ ଦିନ ହେବ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇ ଆସୁଥିଲେ ।
ବହୁ ବର୍ଷ ପୂର୍ବରୁ ତାଳଚେର ବାସୀଙ୍କ ତରଫରୁ ତାଳଚେରକୁ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଦାବୀ ହୋଇ ଆନ୍ଦୋଳନ ହୋଇଥିଲା । ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେରକୁ ୩୧ ନଂ ଜିଲ୍ଲା କରିବା ପାଇଁ ତାଳଚେରବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ତାଳଚେରରୁ ରାଜ୍ୟ ସରକାର ସର୍ବାଧିକ ରାଜସ୍ୱ ପାଉଥିବାବେଳେ ଏଠାରେ ବହୁ ରାଷ୍ଟ୍ରାୟତ ଉଦ୍ୟୋଗ ରହିଛି ।
ତାଳଚେରକୁ ତୁରନ୍ତ ଜିଲ୍ଲା ଘୋଷଣା କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବା ସହିତ ଦାବୀପତ୍ର ମଧ୍ୟ ଦିଆଯାଇଥିଲା। କିନ୍ତୁ ତାଳଚେର କୁ ଜିଲ୍ଲା ର ମାନ୍ୟତା ଦେବାରେ ରାଜ୍ୟ ସରକାର ଏ ପର୍ୟ୍ୟନ୍ତ କୌଣସି ଘୋଷଣା କରି ନାହାନ୍ତି ।ତାର ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି।