Pratidin TV

Odisha's Digital News Platform

ଚର୍ଚ୍ଚାରେ ତାଳଚେର ଆଜ୍ଞାଲଡୁ ; ଲିମକା ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ …

1 min read

ଅନୁଗୋଳ ; ଓଡିଶା ପ୍ରସିଦ୍ଧ ତାଳଚେର ଗଣେଶପୁଜା ର ସବୁଠାରୁ ନିଆରା ହେଉଛି ପ୍ରଭୁ ଗଜାନନ ଙ୍କ ଆଂଜ୍ଞା ମାଳ ଓ ଆଂଜ୍ଞା ଲଡୁ ନିଲାମ । ଚଳିତବର୍ଷ ଏହି ନିଲାମ କାର୍ଯ୍ୟକ୍ରମ ଭଶାଣୀର ପୂର୍ବ ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ରେକର୍ଡ ସ୍ଥାନ ପାଇଥିବା ଏହି ଲଡୁର ପରିମାଣ ହେଉଛି ୩ଟନ ରୁ ଉର୍ଦ୍ଧ୍ବ । ପ୍ରଭୁଙ୍କ ଆଂଜ୍ଞା ଲଡୁ କୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଲଡୁ ନିଲାମ ସ୍ଥଳକୁ ଅଣାଯାଇଥିଲା ।

ପୁଜା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ,ସାଂସଦ ମହେଶ ସାହୁ ,ବିଧାୟକ ବ୍ରଜକିଶୋର ପ୍ରଧାନ, ଏସ୍ଡ଼ିପିଓ ଶ୍ରୀ ବାରିକ ,ଦିଲ୍ଲୀପ ପାଣି ,ରଶ୍ମିରଞ୍ଜନ ମିଶ୍ର, ଦେବୀମିଶ୍ର ,ରଞ୍ଜିତ ମହାପାତ୍ର, ପ୍ରକାଶ ମହାରଣା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତ ରେ ନିଲାମ କାର୍ଯ୍ୟ ଆରମ୍ଭ ହୋଇଥିଲା । ୭ଲକ୍ଷ ୪୦ ହଜାର ରୁ ନିଲାମ ଆରମ୍ଭ ହୋଇ ୨୨ଲକ୍ଷ ୨୨ହଜାର ୨୦୦ଶହ ୨୨ ଟଙ୍କା ନିଲାମ ବଢି ବାଜି ମାରିନେଲା” ଲାଲ ବାଗ ରାଜା ” । ଏବଂ ନିୟମ ଅନୁଯାୟୀ ସମ୍ପୁର୍ଣ୍ଣ ଅର୍ଥରାଶି ନଗଦ ଆକାରରେ ଲାଲ ବାଗ ରାଜା କେନ୍ଦ୍ରୀୟ ଗଣେଶ ପୂଜା କମିଟି କୁ ପ୍ରଦାନ କରିଥିଲେ ଓ ପରେ ପରେ ଅନୁଷ୍ଠାନ ପକ୍ଷରୁ ଆଂଜ୍ଞା ମାଳ ଓ ଆଂଜ୍ଞା ଲଡୁ ଲାଲ ବାଗ ରାଜା ଙ୍କୁ ପ୍ରଦାନ କରାଯାଇଥିଲା । ତା ସହ ଏହି ଲଡୁ ଲିମକା ବୁକ୍ ଅଫ୍ ରେକର୍ଡରେ ଚଳିତ ବର୍ଷ ସ୍ଥାନ ପାଇଛି । ଏହି ଲଡୁ ନିଲାମ କାର୍ଯ୍ୟକ୍ରମ କୁ ହଜାର ହଜାର ଶ୍ରଦ୍ଧାଳୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

Advertisement

Leave a Reply

Your email address will not be published. Required fields are marked *